ନୂଆଦିଲ୍ଳୀ,୯।୩: ଶାଶୁଘରେ ମହିଳାଙ୍କର ଯେ କୌଣସି ଶାରୀରିକ ଖଣ୍ଡିଆ ଖାବରା ପାଇଁ ସ୍ବାମୀ ହିଁ ଦାୟୀ ହେବେ। ଏହାକୁ ନିର୍ଯାତନା ଭାବେ ଗ୍ରହଣ କରାଯିବ ବୋଲି ସୁପ୍ରିମ୍କୋର୍ଟ ଏକ ଆଗୁଆ ଜାମିନ ଆବେଦନର ବିଚାର ସମୟରେ କହିଛନ୍ତି। ଏହା ସହିତ କୋର୍ଟଙ୍କ ପକ୍ଷରୁ ଜାମିନ ଆବେଦନକୁ ନାମଞ୍ଜୁର କରାଯାଇଛି। ପ୍ରଧାନବିଚାରପତି ଶରଦ ଅରବିନ୍ଦ ବୋବ୍ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ସ୍ବାମୀଙ୍କୁ ଭସର୍ନା କରିଛନ୍ତି। ଶାଶୁ, ଶ୍ୱଶୁର ଏବଂ ସ୍ବାମୀ ମିଶି ତାଙ୍କୁ ପିଟିଥିବା ମହିଳା ଅଭିଯୋଗ କରିଛନ୍ତି। ଏହି ବିବାହ ସମ୍ପୃକ୍ତ ସ୍ବାମୀଙ୍କ ତୃତୀୟ ହୋଇଥିବାବେଳେ ସ୍ତ୍ରୀଙ୍କ ପାଇଁ ଦ୍ୱିତୀୟ ଥିଲା। ବିବାହର ଏକ ବର୍ଷ ପରେ ୨୦୧୮ରେ ସେମାନଙ୍କର ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ୨୦୨୦ ଜୁନରେ ମହିଳା ଲୁଧିଆନା ଥାନାରେ ତାଙ୍କ ଉପରେ ନିର୍ଯାତନା ହୋଇଥିବା ଅଭିଯୋଗରେ ଏକ ମାମଲା ଦାଏର କରିଥିଲେ। ଯୌତୁକ ଲାଗି ତାଙ୍କୁ ନିର୍ଯାତନା ଦିଆଯାଉଥିବା ସେ ଉଲ୍ଲେଖ କରିଥିଲେ।