ଖଇରା,୧୧ା୯(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଅର୍ଜୁନପୁର ଗ୍ରାମର ଶିଶିର କୁମାର ପ୍ରଧାନ(୫୦) ନାମକ ବ୍ୟକ୍ତି ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଖଇରା ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ଭଦ୍ରକ ଓ ପରେ କଟକ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଯାଇଥିଲା।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଶୁକ୍ରବାର ରାତିରେ ନିଶାସକ୍ତ ଅବସ୍ଥାରେ ଶିଶିର ଘରକୁ ଫେରି ଅସୁସ୍ଥ ସ୍ତ୍ରୀଙ୍କୁ ମାଡ ମାରିଥିଲେ। ସାନପୁଅ ଏହାକୁ ବିରୋଧ କରିଥିଲେ ହେଁ ସେ ଶୁଣି ନ ଥିଲେ। ଭୟରେ ମା’ ପୁଅ ଏକ ଘରେ ଭିତରେ ପଶି କବାଟ ବନ୍ଦ କରିଦେଇଥିଲେ। ଏହି ସମୟରେ ଶିଶିର ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।