କରୋନା ଆକ୍ରାନ୍ତ ସମ୍ପର୍କୀୟଙ୍କୁ ଦେଖା କରିବାକୁ ମନା କରିବାରୁ ସ୍ତ୍ରୀକୁ ଗୁଳି ମାରିଲେ ସ୍ବାମୀ

ନୋଏଡା, ୧୯।୯: ନୋଏଡାରୁ ଚକିତ୍‌ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ସେକ୍ଟର ୧୧୬ରେ ରହୁଥିବା ଶ୍ୱେତା ଯାଦବ ନାମକ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ନାମରେ ଜୀବନରୁ ମାରିଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୋଲିସ ନିକଟରେ ଶ୍ୱେତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ଅମିତ୍‌ ଯାଦବ ହତ୍ୟା ଉଦ୍ଦେଶ୍ୟରେ ତାଙ୍କୁ ଗୁଳି ଚଳାଇଥିଲେ। ସହକାରୀ ପୋଲିସ କମିଶନର ବିମଲ କୁମାର ସିଂଙ୍କ କହିବାନୁଯାୟୀ, ଅମିତ୍‌ଙ୍କ ଜଣେ ସମ୍ପର୍କୀୟ କରୋନା ଆକ୍ରାନ୍ତ ହୋଇଥିଲେ। ତେଣୁ ଅମିତ୍‌ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଚାହୁଁଥିଲେ। କିନ୍ତୁ ଶ୍ୱେତା ଏହାକୁ ବାରଣ କରୁଥିଲେ। ଫଳରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଶେଷରେ ଏଥିରେ ରାଗିଯାଇ ଅମିତ୍‌ ଏକ ବନ୍ଧୁକରୁ ଶ୍ୱେତାଙ୍କ ଉପରକୁ ଗୁଳି ଚାଳଇଥିଲେ। ତେବେ ସୌଭାଗ୍ୟବଶତଃ ଗୁଳିଟି ଶ୍ୱେତାଙ୍କ ଦେହରେ ନ ବାଜି କାନ୍ଥରେ ଭେଦି ଯାଇଥିଲା। ଏହି ଘଟଣା ପରେ ଅମିତ୍‌ ଫେରାର୍‌ ହୋଇଯାଇଛନ୍ତି।

Share