ସ୍ତ୍ରୀଙ୍କୁ ଗୁଳି ମାରିଲେ ସ୍ବାମୀ

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ରହୁଥିବା ସ୍ବାମୀ ମହାଦେବ ପାତ୍ର ଓ ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ ମଧ୍ୟରେ ବୁଧବାର କୌଣସି କାରଣରୁ ନେଇ ବଚସା ହୋଇଥିଲା। ଉଭୟ ଜୀବିକା ଅନ୍ବେଷଣରେ ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ କଷେଇ ଗାଁ ନିକଟରେ ଥିବା ହରଭଙ୍ଗି କେନାଲ ହିଡ଼ରେ ଉଭୟଙ୍କ ମଧ୍ୟରେ ବଚସା ତୀବ୍ର ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହାଦେବ ଶୈଳେନ୍ଦ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ସୌଭାଗ୍ୟବଶତଃ ବାମହାତର ଉପର ଭାଗରେ ବାଜିଥିଲା। ଶୈଳେନ୍ଦ୍ରୀ ଭୂମିରେ ପଡ଼ିଯିବା ପରେ ମହାଦେବ ଭୟରେ ଜଙ୍ଗଲ ଆଡ଼କୁ ପଳାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶୈଳେନ୍ଦ୍ରୀଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଘରୋଇ କଳିକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ବେଳେ ତଦନ୍ତ ଜାରି ରହିଥିବା ବଡ଼ଗଡ଼ ଥାନାଧିକାରୀ ସୂରଜ କୁମାର ଝାଙ୍କର କହିଛନ୍ତି।