Categories: ଅପରାଧ

ଗୁଟ୍‌ଖା ଖାଇବାକୁ ବାରଣ କରିବାରୁ ସ୍ତ୍ରୀକୁ ଗୁଳି ମାରିଲେ ସ୍ବାମୀ

ମିରଟ, ୩୦।୮: ଉତ୍ତର ପ୍ରଦେଶର ମିରଟରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଗୁଟ୍‌ଖା ଖାଇବାକୁ ବାରଣ କରିବାରୁ ଏଥିରେ ରାଗିଯାଇ ଜଣେ ଯୁବକ ନିଜ ସ୍ତ୍ରୀକୁ ଗୁଳି ମାରିଛନ୍ତି। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିବାବେଳେ ବନ୍ଧୁକ ଜବତ କରିଛି। ଅପରପକ୍ଷରେ ଗୁରୁତର ଅବସ୍ଥାରେ ଥିବା ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ହସ୍ତିନାପୁର ଅଞ୍ଚଳର ଗଣେଶପୁରରେ ଘଟିଛି। ସ୍ଥାନୀୟ ବାସିନ୍ଦା ଲୋକେଶ ପୁତ୍ର ନେତ୍ରପାଲଙ୍କ ବିବାହ ୬ ମାସ ପୂର୍ବେ ଲାଲ୍‌ ସିଂ ନଗରର କାଜଲଙ୍କ ସହ ହୋଇଥିଲା। ଉଭୟ ଲୋକେଶ ଓ କାଜଲଙ୍କ ବୈବାହିକ ଜୀବନ ହସଖୁସିରେ ଚାଲିଥିଲା। କିନ୍ତୁ ଲୋକେଶଙ୍କୁ ଗୁଟ୍‌ଖା ଖାଇବାକୁ କାଜଲ ବାରଣ କରିଥିଲେ। ଯେଉଁଥିରେ କ୍ରୋଧିତ ହୋଇ ଲୋକେଶ ପାଖରେ ରଖିଥିବା ବନ୍ଧୁକରୁ କାଜଲଙ୍କୁ ଗୁଳି ମାରିଥିଲେ।