Categories: ଜାତୀୟ

କୋର୍ଟରେ କହିଲେ ଏକାଠି ରହିବୁ, ବାହାରକୁ ଆସିବା ମାତ୍ରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ

ବେଙ୍ଗାଲୁରୁ,୧୪।୮: କର୍ନାଟକର ହାସନ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ଥାନୀୟ କୋର୍ଟ ପରିସରରେ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ଅଭିଯୁକ୍ତ ତାଙ୍କ ଝିଅକୁ ମଧ୍ୟ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ କିଛି ବ୍ୟକ୍ତି ତାଙ୍କୁ ଧରିଥିଲେ। ଅଭିଯୁକ୍ତ ଏବଂ ତାଙ୍କ ସ୍ତ୍ରୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଉଭୟ କାଉନସେଲିଂ ପାଇଁ ଶନିବାର କୋର୍ଟ ଆସିଥିଲେ। କୋର୍ଟରେ ଉଭୟ ଏକାଠି ରହିବାକୁ ରାଜି ମଧ୍ୟ ହୋଇଥିଲେ। କିନ୍ତୁ କୋର୍ଟ ବାହାରକୁ ଆସିବା ମାତ୍ରେ ଏକ ଛୁରିରେ ସ୍ତ୍ରୀଙ୍କ ଗଳା କାଟିଦେଇଥିଲେ ସ୍ବାମୀ। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଆକ୍ରମଣ ପରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅଭିଯୁକ୍ତ ସ୍ବାମୀ ଶିବକୁମାର ବୋଲି ଜଣାପଡିଛି। ମୃତ ସ୍ତ୍ରୀଙ୍କ ନାମ ଚୈତ୍ରା। ଏହି ମାମଲା ହାସନ ଜିଲାର ହୋଲେନାରସିପୁରା ଫ୍ୟାମିଲି କୋର୍ଟରେ ଘଟିଛି। ଶିବକୁମାରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ସେ କିପରି ଛୁରି ସାହାଯ୍ୟରେ କୋର୍ଟରେ ପ୍ରବେଶ କରିଥିଲେ ପୋଲିସ ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି।

Share