ଘରୁ ଚୋରି କରି ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ସ୍ବାମୀ

ରାୟଗଡ଼ା ଅଫିସ,୩୦ା୧: ରାୟଗଡ଼ା ଜିଲା କୁମ୍ବିକଟା ପଞ୍ଚାୟତ ହୁଲୁକାତୁଣ୍ଡା ଗ୍ରାମରେ ଗତ ୨୨ ତାରିଖରେ ମହିଳାଙ୍କୁ ଗଳାକାଟି ହତ୍ୟା ଏବଂ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ସ୍ବାମୀ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୋଲିସ ପକ୍ଷରୁ କୁହାଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ ଚଳାଇଥିଲା। ରାୟଗଡ଼ା ଟାଉନ ଥାନା ପୋଲିସ ଏବଂ ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳକୁ ଯାଇ ଖୋଳତାଡ଼ କରିଥିଲେ। ତଦନ୍ତ ବେଳେ ପାରିବାରିକ କଳହକୁ ନେଇ ସ୍ବାମୀ ହିଁ ସ୍ତ୍ରୀ କାସାଇଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। କାସାଇଙ୍କ ମୁଣ୍ଡ ଏବଂ ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସ୍ବାମୀ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି। ସୂଚନାଯୋଗ୍ୟ, ୨୨ତାରିଖରେ ସ୍ବାମୀ ବିଜୟ ହୁଲୁକା ଘରେ ନ ଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ସହ ସୁନାଗହଣା ଚୋରି କରିଥିବା ନେଇ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବିବେକାନନ୍ଦ ଶର୍ମା, ଏସ୍‌ଡିପିଓ ତପନ ନାରାୟଣ ରଥ, ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂସବଧ ସହ ସରିଲା ୧୧ଦିନ ବ୍ୟାପି ଧନୁଯାତ୍ରା

ମଥୁରାନଗରୀ,୧୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ ବ୍ୟାପି ହୋଇଥିବା ଏହି ମହୋତ୍ସବରେ କଂସବଧ ଦୃ୍ଯାଭିନୟ...

କଳାହାଣ୍ଡି ଉତ୍ସବ ପାଇଁ ବାହାରିଲା ମଶାଲ ଶୋଭାଯାତ୍ର

ଲାଞ୍ଜିଗଡ଼,୧୩ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର ଆରାଧ୍ୟ ଭୈରବ ପୀଠରୁ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ସୋମବାର ଏକ ମଶାଲ ଶୋଭାଯାତ୍ରା ଭବାନୀପାଟଣା...

ଦାରିଙ୍ଗବାଡି ଶୀତ ମହୋତ୍ସବରେ ହରବାଲ ଚା’ ଦେଉଛି ନିଆରା ସ୍ବାଦ: ସବୁବର୍ଷ ପରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୧୩।୧(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଗତ ୩ ଦିନ ଧରି ଶୀତ ମହୋତ୍ସବରେ ହରବାଲ ଚା’ବଣ୍ଟନ କରି ଦାରିଙ୍ଗବାଡିର ବୋଲବମ ସଙ୍ଘ ଚର୍ଚ୍ଚାରେ...

ମିଟର ଖରାପଅଛି କହି ପକାଇଥିଲେ ଫାଇନ୍‌ : ରାଗିଗଲେ ଗ୍ରାମବାସୀ, ବିଦ୍ୟୁତ୍‌ ଭିଜିଲାନ୍ସ ଟିମ୍‌ ଅଧିକାରୀଙ୍କ ସମେତ ୫ଙ୍କୁ ରଖିଲେ ଅଟକ

ଦିଗପହଣ୍ଡି,୧୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ସାହାସପୁର ଗ୍ରାମରେ ବିଦ୍ୟୁତ୍‌ ଭିଜିଲାନ୍ସ ବିଭାଗ ଅଧିକାରୀମାନଙ୍କୁ ସୋମବାର ଗ୍ରାମବାସୀ ଅଟକ ରଖିଥିଲେ। ଖବରପାଇ ଘଟଣା...

ଆଦିବାସୀ ପରମ୍ପରାର ନିଆରା ଟୋକିମରା ପର୍ବ ପାଳିତ

ଥୁଆମୂଳ ରାମପୁର,୧୩।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ ଆଦିବାସୀ ପରମ୍ପରା ଭରି ରହିଛି ଆଦିମ ସଭ୍ୟତାର ନିଦର୍ଶନ। ଆଜିର ଆଧୁନିକ ସମାଜରେ ଯଦିଓ ବେଶଭୂଷାରେ କେତେକାଂଶରେ ପରିବର୍ତ୍ତନ...

ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ, ୨ ଲକ୍ଷ ୭୨୯ଟି ପ୍ଲଟରେ କ୍ଷତିଗ୍ରସ୍ତ ଚାଷୀଙ୍କ ଆବେଦନ

ଭୁବନେଶ୍ୱର,୧୩।୧: ଅମଳ ପରବର୍ତ୍ତୀ ଫସଲ କ୍ଷତି ଆକଳନ କାର୍ଯ୍ୟ ଶେଷ ହୋଇଛି । ସୋମବାର ସୁଦ୍ଧା ପ୍ରାୟ ୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ମୋଟ...

ଉଦଯାପିତ ହେଲା ୩ ଦିନିଆ ଶୀତ ମହୋତ୍ସବ: ମୁଖ୍ୟ ଆକର୍ଷଣ ମଣ୍ଟୁ ଛୁରିଆ,ପାରମ୍ପରିକ ଲୋକକଳା

ଦାରିଙ୍ଗବାଡି,୧୩।୧(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ଯେମିତି ବଢିବାରେ ଲାଗିଛି ସେମିତି ୩ ଦିନିଆ ଶୀତ ମହୋତ୍ସବର ମାହୋଲ ମଧ୍ୟ ସେଭଳି ରହିଛି।...

ବିଧାୟକରୁ ମୁଖ୍ୟମନ୍ତ୍ରୀ ହେବା ପରେ ବି ଭୁଲି ନାହାଁନ୍ତି ପାପ ନାସିନି ବୈତରଣୀକୁ

ପାଟଣା,୧୩।୧(ବୀର କିଶୋର ଦାଶ): ମଙ୍ଗଳ ବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri