Categories: ଜାତୀୟ

ଯେଉଁଠି ଜଳିଥିଲା ସ୍ତ୍ରୀଙ୍କ ଜୁଇ, ସେଠି ଆତ୍ମହତ୍ୟା କଲେ ସ୍ବାମୀ; ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ରାୟପୁର,୧୩ା୮: ବିବାହର ଦୁଇ ମାସ ପରେ ସ୍ତ୍ରୀଙ୍କ ମୃତ୍ୟୁ ସହି ନ ପାରି ଜଣେ ପୋଲିସ କର୍ମଚାରୀ ନିଜ ଜୀବନ ହାରି ଦେଇଛନ୍ତି। ଯେଉଁଠି ସ୍ତ୍ରୀଙ୍କର ଜୁଇ ଜଳିଥିଲା ସେଠାରେ ହିଁ ସେ ଆତ୍ମହତ୍ୟା କରିଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଛତିଶଗଡ଼ର ବାଲୋଦରେ ଘଟିଛି।

ବାଲୋଦ ପୋଲିସ ଟେକାପାର ନିବାସୀ ମନୀଷ ନେତାମ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଶ୍ମଶାନର ଏକ ଗଛରେ ଝୁଲୁଥିବା ସୂଚନା ମିଳିଥିଲା। ମୃତକ ଆରକ୍ଷୀ ମନୀଷ ଧମତରି ଜିଲାର ବୋରଇ ଥାନାରେ ନିଯୁକ୍ତି ପାଇଥିଲେ। ଦୁଇ ମାସ ତଳେ ତାଙ୍କର ବିବାହ ହୋଇଥିଲା। ୧୭ ଦିନ ତଳେ ଘରେ ଲାଗିଥିବା ଟାଇଲ୍‌ରେ ପଡ଼ି ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଇମାସ ଭିତରେ ସ୍ବାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ସ୍ତ୍ରୀଙ୍କ ମୃତ୍ୟୁକୁ ସେ ସହି ପାରି ନ ଥିଲେ। ସବୁବେଳେ ମନୀଷଙ୍କ ସ୍ତ୍ରୀ ତାଙ୍କର ମନେ ପଡୁଥିଲେ। ଯେଉଁଠି ବସୁଥିଲେ ମନେ ପକାଇ କାନ୍ଦୁଥିଲେ। ବୁଧବାର ମନୀଷ ତାଙ୍କ ସ୍ତ୍ରୀଙ୍କର ଯେଉଁଠି ଅନ୍ତିମ ସଂସ୍କାର କରାଯାଇଥିଲା ସେଠାରେ ପହଞ୍ଚି ପ୍ରବଳ କାନ୍ଦିଥିଲେ। ଏହା ପରେ ସେଠାରେ ଥିବା ଏକ ବବୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଆତ୍ମହତ୍ୟା ପୂର୍ବରୁ ମନୀଷ ତାଙ୍କ ଭାଇଙ୍କ ନିକଟକୁ ହ୍ବାଟ୍ସଆପ୍‌ରେ ଏକ ମେସେଜ ଲେଖିଥିଲେ। ଏଥିରେ ଲେଖାଥିଲା, କେବଳ ଦୁଇମାସ ହେବ ଆମର ବିବାହ ହୋଇଥିଲା। ମୁଁ ଲତାକୁ ଭୁଲି ପାରୁନି। ଏତେ କଷ୍ଟ କରି ନୂଆ ଘର ତିଆରି କରିଥିଲି। ସବୁକଥା ଠିକ୍‌ ଠାକ ଥିଲା। ପୁଣି ଜଣାନାହିଁ ଭଗବାନଙ୍କ କ’ଣ ନିର୍ଦ୍ଦେଶ ଆସିଲା। ଏ ଘରେ ରହିବାକୁ ମୋର ଆଉ ଜମା ଇଚ୍ଛା ହେଉନି।

ଆହୁରି ମଧ୍ୟ ମନୀଷ ଲେଖିଛନ୍ତି, ଛୋଟୁ ପାପା ଏବଂ ଦିଦିଙ୍କୁ କହିବୁ ମୋତେ କ୍ଷମା କରିଦେବେ। ଯେଉଁ ପ୍ରେମ ମୋତେ ଲତା ଦେଇଥିଲା ସେ ତ ନାହିଁ ମୁଁ ଆଉ କାହା ପାଇଁ ବଞ୍ଚତ୍ବି? ଲତା ମୋତେ ଯେଉଁ ଫୋନ୍‌ ଦେଇଥିଲା ମୁଁ ଚାହେଁ ସେହି ଫୋନ୍‌ ମୋ ଛୋଟୁ ବ୍ୟବହାର କରୁ। ଆଶା କରେ ମୋ’ କଥା ରଖିବୁ।

ମନୀଷଙ୍କ ସୁଇସାଇଡ୍‌ ନୋଟ୍‌ ମିଳିବା ପରେ ପୋଲିସ ଘଟଣାର ଅନୁସନ୍ଧାନ କରୁଛି।

Share