Categories: ଫୁରସତ

ସ୍ତ୍ରୀ ନିଜ କୁମ୍ପି ଖୋଲିବାରୁ ସ୍ବାମୀ ହୋଇଗଲେ ଆଶ୍ଚର୍ଯ୍ୟ: ଆଉ ତା’ପରେ ଚାଲିଲା ଏମିତି ଯୁକ୍ତିତର୍କ, ଭିଡିଓ ଦେଖିଲେ ହସି ହସି ଗଡିବେ

ସୋସିଆଲ ମିଡିଆ ହେଉଛି ହସ ଏବଂ ମଜାର ଏକ ଭଣ୍ଡାର। ଏଠାରେ ପ୍ରାୟତଃ ମଜାଳିଆ ଭିଡ଼ିଓ ଭାଇରାଲ ହୋଇଥାଏ। ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ନିଜ ହସ ରୋକି ପାରିବେନି। ଜଣେ ଦମ୍ପତିଙ୍କ ଏହି ସୁନ୍ଦର ଭିଡିଓ ହେଉଛି ପ୍ରତ୍ୟେକ ଘରର କାହାଣୀ।
ଏହି ଭାଇରାଲ ଭିଡିଓରେ ଦେଖିପାରିବେ ଯେ, ସ୍ବାମୀ-ସ୍ତ୍ରୀ ମଧ୍ୟରେ ଏକ ସୁନ୍ଦର ଯୁକ୍ତି ଚାଲିଛି। ଜଣେ ମହିଳା ସ୍ବାମୀଙ୍କ ସାମ୍ନାରେ ନିଜ କୁମ୍ପି ଖୋଲୁଛନ୍ତି। କୁମ୍ପି ଖୋଲିଲା ମାତ୍ରେ ସ୍ବାମୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ କେବଳ ୧୦୦, ୨୦୦ ନୁହେଁ ୫୦୦ ଟଙ୍କିଆ ନୋଟ ମଧ୍ୟ ବାହାରିଛି। ଏହାପରେ ମହିଳା ଦେଇଥିବା ଉତ୍ତର ଶୁଣିବା ପରେ ସମସ୍ତେ ହସିବାକୁ ବାଧ୍ୟ ହେବ।
ମହିଳା କହିଛନ୍ତି ସ୍ବାମୀଙ୍କ ଟଙ୍କା ନେବା ମୋର ଜନ୍ମଗତ ଅଧିକାର। ଯଦି ତୁମକୁ ମାଗେ ତୁମେ ଏତେ ଟଙ୍କା ଦେବ ନାହିଁ। ସେଥିପାଇଁ ମୁଁ ଚୋରିର ଏହି ରାସ୍ତାକୁ ସଚ୍ଚୋଟତାର ସହିତ ଗ୍ରହଣ କରିଛି, ଯାହା ଦ୍ୱାରା ମୁଁ ଶାନ୍ତି ସହିତ ଶପିଂ ଏବଂ ପାର୍ଲରକୁ ଯାଇପାରିବି।
ସୌରଭ ମିଶ୍ର ନାମକ ଏକ ଇନଷ୍ଟା ଆକାଉଣ୍ଟରେ ଶେୟାର ହୋଇଥିବା ଏହି ଭିଡିଓ ଦେଖିବା ପରେ ୟୁଜର୍ସ ସେମାନଙ୍କୁ ପ୍ରଶଂସା କରିଛନ୍ତି।

Share