ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ଆମ ହୃଦୟ ଜିଣିନିଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ସ୍ବାମୀ ବିବାହର ୨୫ବର୍ଷ ପରେ ପ୍ରପୋଜ୍ କରି ସ୍ତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ଭିଡିଓଟି ଏତେ ସୁନ୍ଦର ଯେ, ଏହାକୁ ଯିଏ ଦେଖିବ ଖୁସିରେ ବିଭୋର ହୋଇଯିବ।
ଭିଡିଓଟିକୁ ଅଭିନେତା କେଟି ପ୍ରେଣ୍ଟିସ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପଶନ୍ ଲେଖିଛନ୍ତି, “NYC’ରେ ପୁନର୍ବାର ପ୍ରପୋଜାଲ। ପ୍ରାୟ ୨୫ ବର୍ଷ ପରେ, @pdxprentiss [Brian Prentiss] ଏହି ପ୍ରପୋଜକୁ ଏକ ନିଆରା ଢଙ୍ଗରେ କରିଛନ୍ତି। ସେ ଏତେ ବର୍ଷ ପରେ ପୁଣି ରୋମାଣ୍ଟିକ! @ Abi.katherine [Abi] ଦ୍ୱାରା ପ୍ରଦର୍ଶିତ”
View this post on Instagram
ଭିଡିଓଟି କିଛି ଦିନ ପୂର୍ବରୁ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୧ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଅନେକ ୟୁଜର ଏହି ଭିଡିଓରେ କମେଣ୍ଟ ବି ଦେଇଛନ୍ତି।
ଜଣେ ୟୁଜର ଲେଖିଛନ୍ତି ‘ଏହା ଅତ୍ୟନ୍ତ ଯାଦୁକର! ଆପଣଙ୍କୁ ଅଭିନନ୍ଦନ। ଏତେ ସୁନ୍ଦର ମୁହୂର୍ତ୍ତ!’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘କେତେ ସୁନ୍ଦର !! ବିଶେଷକରି ତୁମକୁ ଦେଖି ଶୁଣି ମୋ ଆଖିରେ ଖୁସିର ଲୁହ ଆସିଲା। ଆପଣଙ୍କର ଆହୁରି ଅନେକ ବର୍ଷର ସୁଖ କାମନା କରୁଛନ୍ତି! ଅଭିନନ୍ଦନ।