ସୋସିଆଲ ମିଡିଆରେ ବର୍ତ୍ତମାନ ଅଧିକରୁ ଅଧିକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଉପଭୋଗ କରି ଜଣେ ଅନ୍ୟ ଜଣଙ୍କୁ ଶେୟାର କରୁଛନ୍ତି। ମାତ୍ର ଏପରି କିଛି ଭିଡିଓ ଅଛି ଯାହାକୁ ଆପଣ ବାରମ୍ବାର ଦେଖିବାକୁ ଇଚ୍ଛାକରିବେ। ଯାହାକୁ ଦେଖି ହସ ନିୟନ୍ତ୍ରଣ କରି ହେବ ନାହିଁ। ତେବେ ଏହିଭଳି ଏକ ଭିଡିଓ ଭାଇରାଲ ହେଉଛି।
ସାଧାରଣତ ଦେଖାଯାଏ ଯେ, ଯେଉଁମାନଙ୍କ ମୁଣ୍ଡରେ କେଶ ନଥାଏ, ସେମାନେ ଫଟୋଗ୍ରଫି ଠାରୁ ଦୂରେଇ ରୁହନ୍ତିଗ। ମାତ୍ର ଜଣେ ଚନ୍ଦା ବ୍ୟକ୍ତି ସ୍ତ୍ରୀଙ୍କ ସହ ଫଟୋ ଉଠାଇବା ପାଇଁ ଏପରି ଏକ ଉପାୟ ଅବଲମ୍ବନ କରିଛନ୍ତି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ହସିହସି ଗଡ଼ିଯିବେ।
ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଚନ୍ଦା ବ୍ୟକ୍ତି ଏକ ଏପରି ଉପାୟରେ ଫଟୋ ଉଠାଉଛନ୍ତି। ଯେଉଁଥିରେ ତାଙ୍କ ମୁଣ୍ଡରେ କେଶ ଦେଖାଯାଉଛି। ସେ ତାଙ୍କ ସ୍ତ୍ରୀଙ୍କ କେଶକୁ ତାଙ୍କ ମୁଣ୍ଡ ଉପରେ ରଖି ଫଟୋ କ୍ଲିକ କରିଛନ୍ତି। ଫଟୋ ଉଠାଇବା ପରେ ସେଠାରୁ ଯିବା ମାତ୍ରେ ସ୍ତ୍ରୀଙ୍କ କେଶ ତାଙ୍କ ମୁଣ୍ଡରୁ ଖସିଯାଉଛି। ପରେ ସେ ଚନ୍ଦା ଦେଖାଯାଉଛନ୍ତି।
ଏହି ମଜାଳିଆ ଭିଡିଓ ଶେୟାର କରି ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଲେଖିଛନ୍ତି, ଚନ୍ଦା ପଣରୁ ମୁକ୍ତି ପାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ତୁମ ପତ୍ନୀଙ୍କୁ ଭଲ ପାଇବା। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।
The best way to get rid of baldness is to love ur wife😊😊 pic.twitter.com/A9qAVbT1Nd
— Susanta Nanda (@susantananda3) July 29, 2020