ସ୍ବାମୀ- ସ୍ତ୍ରୀ ମଧ୍ୟରେ ବଚସା: ବ୍ରିଜ ଉପରୁ ଡେଇଁପଡ଼ିଲେ ସ୍ତ୍ରୀ

କୋରାପୁଟ, ୧୬।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆ ଥାନା ଅଧୀନ ପାତାଳି ନଦୀ ବ୍ରିଜ ଉପରୁ ଡେଇଁ ଜଣେ ମହିଳାଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ପାଡୁଆ ଥାନା ଅଧୀନ କୁକୁଡ଼ାପକ୍ଷୀ ଗ୍ରାମର ଜଗବନ୍ଧୁ ଖରାଙ୍କ ସ୍ତ୍ରୀ ପଦ୍ମା ଖରା(୪୦)।

ପ୍ରାପ୍ତ ସୂଚନା ମୁତାବକ, ଜଗବନ୍ଧୁ ତାଙ୍କ ସ୍ତ୍ରୀ ପଦ୍ମାଙ୍କ ସହ ଏକ ଗାଡ଼ି ଯୋଗେ ପୂଜାରିପୁଟ ଗ୍ରାମରେ ହେଉଥିବା ଏକ ସାମାଜିକ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ହେଲେ ବାଟରେ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପଦ୍ମା ବ୍ରିଜରୁ ଉପରୁ ନଦୀକୁ ଡେଇଁ ପଡିଥିଲେ। ଏନେଇ ଜଗବନ୍ଧୁ ପାଡୁଆ ଥାନା ଏବଂ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କମର୍ର୍ଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ନଦୀରୁ ପଦ୍ମାଙ୍କ ମୃତଦେହ ଉଦ୍ଧାର କରିଥିଲେ। ପାଡୁଆ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ସେମାନଙ୍କ ୩ଟି ସନ୍ତାନ ରହିଥିବା ଜଣାପଡିଛି।

Share