ଜେଲ୍‌ରେ ଇମ୍ରାନଙ୍କ ପ୍ରତି ବିପଦ,ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କଲେ ଇମ୍ରାନଙ୍କ ସ୍ତ୍ରୀ ବ୍ରୁଶା ବିବି

ଇସଲାମବାଦ,୨୬।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବି ଦାବି କରିଛନ୍ତି ଯେ ଜେଲରେ ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ଅଛି।

ସୂଚନାଯୋଗ୍ୟ, ବ୍ରୁଶା ବିବି ଇମ୍ରାନଙ୍କୁ ୨୨ ଅଗଷ୍ଟରେ ଭେଟିଥିଲେ। ଭେଟ ହେବା ପରେ ଆଡଭୋକେଟ ସୟଦ ରିଫାକାଟ ହୁସେନ ଶାହାଙ୍କ ମାଧ୍ୟମରେ ସୁପ୍ରିମକୋଟର୍ର୍ରେ ସେ ଏକ ଆଫିଡେଭିଟ ଦାଖଲ କରିଥିଲେ।
ପିଟିଶନରେ ବ୍ରୁଶା କହିଛନ୍ତି ଯେ, ଜେଲରେ ରହିବା ଦ୍ୱାରା ୭୦ ବର୍ଷରୁ ଅଧିକ ଇମ୍ରାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ। ଏଥିସହ ଜେଲରେ ତାଙ୍କ ଜୀବନ ପ୍ରତି ବିପଦ ଅଛି।

Share