ଜେରୁଜେଲମ,୧୬।୧: ଲୋହିତ ସାଗରରେ ଆମେରିକାର ଏକ ଯୁଦ୍ଧଜାହାଜକୁ ୟେମେନ୍ର ହୋଉଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ତେବେ ଆମେରିକାର ଲଢୁଆ ବିମାନ ଏହାକୁ ଖସାଇ ଦେଇଥିଲା।
ଗାଜା ଷ୍ଟ୍ରିପ୍ରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍ ଯୁଦ୍ଧ ଚଳାଇଥିବା ବେଳେ ଲୋହିତ ସାଗରରେ ଇରାନ ସମର୍ଥତ୍ତ ହୋଉଥି ବିଦ୍ରୋହୀମାନେ ବିଭିନ୍ନ ଜାହାଜକୁ ଟାର୍ଗେଟ କରି ଆକ୍ରମଣ ଜାରି ରଖିଛନ୍ତି।
ଫଳରେ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଭାବିତ ହୋଇଛି। ଆମେରିକା ଯୁଦ୍ଧଜାହାଜ ଉପରେ ହୋଉଥି ଆତଙ୍କବାଦୀଙ୍କର ଏହା ପ୍ରଥମ ଆକ୍ରମଣ। ଗତ ଶୁକ୍ରବାର ଆମେରିକା ଓ ଏହାର ମିତ୍ର ରାଷ୍ଟ୍ର ହୋଉଥି ଉପରେ ଆକ୍ରମଣ କରିଥିଲା।