Categories: ଜାତୀୟ

ଆରଜେଡିରେ ସାମିଲ ହେଲେ ଶ୍ୟାମ ରଜକ

ପାଟନା,୧୭।୮: ବିହାରରେ ନିର୍ବାଚନ ପୂର୍ବରୁ ରାଜନୈତିକ ସରଗରମ ଆରମ୍ଭ ହୋଇଗଲାଣି। ନୀତୀଶ ସରକାରରେ ମନ୍ତ୍ରୀ ଥିବା ଶ୍ୟାମ ରଜକ ସୋମବାର ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରେ ସାମିଲ ହୋଇଛନ୍ତି। ଆରଜେଡି ନେତା ତେଜସ୍ବୀ ଯାଦବ ତାଙ୍କୁ ଦଳର ସଦସ୍ୟତା ଗ୍ରହଣ କରାଇଛନ୍ତି। ୧୧ବର୍ଷ ପରେ ଆରଜେଡିକୁ ଫେରି ଭଲ ଅନୁଭବ କରୁଛି। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦଙ୍କ ଶରଣରେ ଆସି ସାମାଜିକ ନ୍ୟାୟ ପାଇଁ ଲଢ଼େଇ କରିବି ବୋଲି ଶ୍ୟାମ ରାଜକ କହିଛନ୍ତି। ଅନ୍ୟପଟେ ଏହି ଅବସରରେ ତେଜସ୍ବୀ ବିରୋଧୀ ଦଳର ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ସୂଚନାଯୋଗ୍ୟ, ରବିବାର ଶ୍ୟାମଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିବା ସହ ଜେଡିୟୁର ପ୍ରାଥମିକତା ସଦସ୍ୟରୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ସୋମବାର ସକାଳେ ସେ ବିଧାୟକ ପଦରୁ ଇସ୍ତଫା ଦେବା ପରେ ଆରଜେଡିରେ ସାମିଲ ହୋଇଥିଲେ।

Share