ଗଜା ହେଉନି ହାଇବ୍ରିଡ୍‌ ଧାନ ବିହନ

ଅମରପାଲି,୧୫ା୭(ପୀତାମ୍ବର ସାହୁ): ଖରିଫ ଚାଷ ପାଇଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଚାଷୀ ଧାନ ବୁଣିଥିଲେ। ହେଲେ ନିମ୍ନମାନର ବିହନ ଯୋଗୁ ଗଜା ହେଉ ନ ଥିବା ଅଭିଯୋଗ ହେଉଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଏକ କୃଷି ପ୍ରଧାନ ଅଞ୍ଚଳ। ଏହି ଅଞ୍ଚଳର ଚାଷୀଙ୍କ ପାଇଁ ଜଳସେଚନର ସେମିତି ବିଶେଷ ବ୍ୟବସ୍ଥା ନାହିଁ। ବର୍ଷା ଜଳ ଉପରେ ନିର୍ଭର କରି ଚାଷୀ ଧାନ ଚାଷ କରିଥାଏ। ତେବେ ଚଳିତ ବର୍ଷ ଆବଶ୍ୟକ ଅନୁସାରେ ବର୍ଷା ହୋଇ ନ ଥିବା ବେଳେ ଚାଷୀ କିନ୍ତୁ କୌଣସି ମତେ ଧାନ ବୁଣିଛି। ନିକଟସ୍ଥ କୂଅ କିମ୍ବା କୌଣସି ଜଳାଶୟରୁ ପାଣି ମଡ଼ାଇ ଧାନ ତଳି ପକାଇଛି। ତେବେ ଅନେକ ସ୍ଥାନରେ ଧାନ ବିହନରୁ ଗଜା ହେଉ ନ ଥିବା ଅଭିଯୋଗ ହେଉଛି। ଅଞ୍ଚଳର ଚାଷୀମାନେ ଆଧୁନିକ ଚାଷ ପ୍ରଣାଳୀ ସହିତ ଉନ୍ନତ ମାନର ବିହନ ଆଣି ଧାନ ବୁଣିବା ସହିତ ତଳି ପକାଉଛନ୍ତି। ସରକାରୀଭାବେ ଚାଷୀଙ୍କୁ ଧାନ ବିହନ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆ ଯାଉ ନ ଥିବାରୁ ସେମାନେ ବାଧ୍ୟ ହୋଇ ସରକାରୀ ସୀକୃତିପ୍ରାପ୍ତ ବିହନ ବିକ୍ରୟ କେନ୍ଦ୍ର ଓ ବଜାରରୁ ବିହନ କିଣିଥିଲେ। ମାତ୍ର ଅନେକ ବିହନରୁ ଏଯାଏ ଗଜା ହୋଇ ପାରୁନାହିଁ। ବିଶେଷ କରି ଯମୁନା ଧାନ ବୁଣି ଥିବା ଚାଷୀ ଏହି ଅଭିଯୋଗ କରିଛନ୍ତି।
ଚଳିତବର୍ଷ ଚାଷୀଙ୍କୁ ପାକ୍ସ ଓ ସରକାରୀ ସ୍ବୀକୃତିପ୍ରାପ୍ତ ବିହନ ବିକ୍ରୟ କେନ୍ଦ୍ର ମାଧ୍ୟମରେ ବିହନ ବିକ୍ରୟ କରାଯାଇଥିଲା। ମାତ୍ର ଅଧିକାଂଶ ପାକ୍ସରୁ ଚାଷୀଙ୍କୁ ବିହନ ମିଳି ନ ଥବା ଅଭିଯୋଗ ହେଉଛି। ଚାଷୀ ବାଧ୍ୟ ହୋଇ ବାହାରୁ ବିହନ କିଣି ଏବେ ହଟହଟା ହେବାକୁ ପଡୁଛି। ଲୁତୁରପଙ୍କ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡିଲିପାଲି ଗ୍ରାମର କବି ବେହେରା ନିଜ ଜମିରେ ଧାନ ବୁଣିବା ପାଇଁ ଏକ ବିହନ ବିକ୍ରୟ କେନ୍ଦ୍ରରୁ ଗୋପାଲଜୀ ସିଡ୍‌ସ କମ୍ପାନୀର ଦଶ ପ୍ୟାକେଟ ଯମୁନା ଧାନ ବିହନ ଆଣି ନିଜର ୭ ଏକର ଜମିରେ ବୁଣିଥିଲେ। ମାତ୍ର ଉକ୍ତ ଧାନ ବିହନରୁ କୌଣସି ଗଜା ହେଉନାହିଁ। ସେହିପରି ଉକ୍ତ ଗ୍ରାମର ପ୍ରକାଶ ମହାକୁର ପ୍ରାୟ ୩ ଏକର ଜମିରେ ଉକ୍ତ କମ୍ପାନୀର ଯମୁନା ଧାନ ବୁଣିଥିଲେ। ମାତ୍ର ତାଙ୍କ ଜମିରେ ମଧ୍ୟ କୌଣସି ବିହନ ଧାନ ଗଜା ହୋଇ ନାହିଁ। ସେହିପରି ଘିଚାପାଲିର ପଦ୍ମଲୋଚନ ସହୁ ୩ ଏକର ଜମିରେ , ସନତ ସାହୁ ୧ ଏକର ଜମିରେ ଧାନ ବିହନ ବୁଣିଥିଲେ ମଧ୍ୟ ତାହା ଗଜା ହୋଇ ନାହିଁ। ସମାନ ଅବସ୍ଥା ବହଳପଦର ପଞ୍ଚାୟତ ଅନ୍ତର୍ଗତ ପାତରପାଲି ଗ୍ରାମର ଚାଷୀ ରାଜେନ୍ଦ୍ର ସହୁ ଓ ତ୍ରିନାଥ ଅଦରକୁଲିଆଙ୍କ କ୍ଷେତ୍ରରେ ହୋଇଛି। ଏମାନେ ମଧ୍ୟ ହାଇବ୍ରିଡ ବିହନ ବିକ୍ରୟ କେନ୍ଦ୍ରରୁ ଆଣିଥିଲେ। ଅମରପାଲି ଗ୍ରାମର ବିମ୍ବାଧର ସାହୁ ମଙ୍ଗଲମୂର୍ତ୍ତି କମ୍ପାନୀର ବିବି ୧୧ ବିହନ ଧାନ ପ୍ରାୟ ୪ଏକର ଜମିରେ ବୁଣିଥିଲେ। ମାତ୍ର ଉକ୍ତ ବିହନରୁ ମଧ୍ୟ ଗଜା ହେଲାନାହିଁ।
ଏମାନଙ୍କ ଭଳି ବୀରମହାରାଜପୁର କୃଷି ଜିଲାର ଅନେକେ ସ୍ଥାନରେ ଚାଷୀଙ୍କ ସମାନ ଅବସ୍ଥା। ଅଞ୍ଚଳରେ ଅନେକ ସ୍ଥାନରେ ବେଆଇନ ଭାବେ ଧାନ ବିହନ ବିକ୍ରୀ ହେଉଛି। ମାତ୍ର ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ କିମ୍ବା ଲଗାମ ଲଗାଉନାହିଁ। ଏପରିକି ବିଭିନ୍ନ ବିହନ ବିକ୍ରୟ କେନ୍ଦ୍ରରେ ବିକ୍ରି ହେଉଥିବା ଧାନ ବିହନର ମାନ ପରୀକ୍ଷା କରାଯାଉନାହିଁ। ଫଳରେ ଲାଭଖୋର ବ୍ୟବସାୟୀ ନିମ୍ନମାନର ଧାନ ବିହନ ବିକ୍ରୀ କରୁଥିବା ଚାଷୀ ଅଭିଯୋଗ କରୁଛନ୍ତି। ନିମ୍ନ ମାନର ଯୋଗୁ ବିହନ ଗଜା ହେଉ ନ ଥିବା ଚାଷୀ ଅନୁମାନ କରୁଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ଓ ନିମ୍ନ ମାନର ବିହନ ବିକ୍ରୟ ଉପରେ ଅଙ୍କୁଶ ଲଗାଇବା ସହିତ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri