ସିମୁଳିଆରେ ହାଇଦରଙ୍କୁ ଗୁଳି: ସ୍ଥାନୀୟ ପୋଲିସ ପାଖରେ ସୂଚନା ନାହିଁ

ସିମୁଳିଆ,୨୪ା୭(ଡି.ଏନ୍‌.ଏ.): ଶନିବାର ଅପରାହ୍ନରେ କୁଖ୍ୟାତ ଅପରାଧୀ ହାଇଦରଙ୍କୁ ୧୬ ନଂ. ଜାତୀୟ ରାପଥରେ ବାଲେଶ୍ୱର ଜିଲା ସିମୁଳିଆରେ ଏନ୍‌କାଉଣ୍ଟର କରାଯାଇଛି। ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବା ବେଳେ ପରିସ୍ରା ବାହାନାରେ ସେ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ପୋଲିସ ଗୁଳି କରିଥିଲା। ତେବେ ସ୍ପୋଶାଲ ଫୋର୍ସ ନିକଟରୁ ହାଇଦର ଖସିଯିବା ପାଇଁ ଚେଷ୍ଟା କରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ବି ସୃଷ୍ଟି କରିଛି ା ଏହା ପୋଲିସ ପ୍ରଶାସନର ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ା ଅପରପକ୍ଷେ ସିମୁଳିଆର କେଉଁ ସ୍ଥାନରେ ଏନ୍‌କାଉଣ୍ଟର କରାଯାଇଛି ତାହା ସିମୁଳିଆ ପୋଲିସକୁ ମଧ୍ୟ ଜଣାନାହିଁ ା ଏ ସମ୍ପର୍କରେ ସିମୁଳିଆ ଥାନା ଅଧିକାରୀ ଜୟନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସ୍ପେଶାଲ ଫୋର୍ସ ଦ୍ୱାରା ତାଙ୍କୁ ସ୍ଥାନାନ୍ତର କରାଯାଉଥିଲା ା ତେବେ କେଉଁ ସ୍ଥାନରେ କରାଯାଇଛି ତାହା ତାଙ୍କୁ ସୂଚନା ଦିଆଯାଇ ନ ଥିବାର ସେ କହିଛନ୍ତି ା