କଟକ, ୧୬ା୪- ଗାଙ୍ଗଷ୍ଟର ଶେକ୍ ହାଇଦରଙ୍କୁ ୭ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ। ଗତ ଶନିବାର ଏହି କୁଖ୍ୟାତ ଅପରାଧୀ କଟକ ବଡ଼ ମେଡିକାଲରୁ ଖସି ପଳାଇଥିଲା। ସେ ତେଲେଙ୍ଗାନାରେ ଲୁଚି ରହିଥିବା ବେଳେ ସେଠାକାର ପୋଲିସ ତାକୁ ଗିରଫ କରି ଓଡ଼ିଶା ପୋଲିସକୁ ହସ୍ତାନ୍ତର କରିଥିଲା। ଶୁକ୍ରବାର ଓଡ଼ିଶାରେ ପହଞ୍ଚିବା ପରେ ପୋଲିସ ହାଇଦରଙ୍କୁ କୋର୍ଟରେ ହାଜର କରାଇଥିଲା। କମିଶନରେଟ୍ ପୋଲିସ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। କିନ୍ତୁ କୋର୍ଟ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଆଜି ହାଇଦରଙ୍କୁ ଚୌଦ୍ୱାର ଜେଲ୍ରେ ରଖାଯାଇଛି।