ହାଇଦ୍ରାବାଦ,୨୯।୮: ହାଇଦ୍ରାବାଦର ଆର୍କବିଶପ ପୁଲା ଆନ୍ଥୋନୀ ଭାଟିକାନର କାର୍ଡିନାଲ ଭାବେ ଅବସ୍ଥାପିତ ହୋଇଛନ୍ତି। ଏଭଳି ପଦବୀ ପାଇବାରେ ଆନ୍ଥୋନୀ ପ୍ରଥମ ତେଲୁଗୁ ଏବଂ ପ୍ରଥମ ଦଳିତ ବ୍ୟକ୍ତି। ଏଥିପାଇଁ ଭାଟିକାନ ସିଟିରେ ଥିବା ସେଣ୍ଟ ପିଟର୍ସ ବାସିଲିକାରେ ଶନିବାର ଅନୁଷ୍ଠିତ ଉତ୍ସବରେ ପୋପ୍ ଫ୍ରାନ୍ସିସ୍ ଅଧ୍ୟକ୍ଷତା କରିଥିଲେ। ଏହା ହାଇଦ୍ରାବାଦ, ତେଲୁଗୁ ରାଜ୍ୟ ଏବଂ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଯେ ହାଇଦ୍ରାବାଦର ଆର୍କବିଶପ ରୋମାନ ପଣ୍ଟିଫ୍ର କାର୍ଡିନାଲ କଲେଜରେ ସାମିଲ ହୋଇପାରିଛନ୍ତି। ୬୦ ବର୍ଷୀୟ ଆନ୍ଥୋନୀଙ୍କ ଘର ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲାରେ। ଗତ ମେ’ରେ ସେ ପୋପ୍ଙ୍କ ଦ୍ୱାରା କାର୍ଡିନାଲ ଭାବେ ପଦୋନ୍ନତି ପାଇଥିଲେ। ଆନ୍ଥୋନୀ ୧୯୯୨ ଫେବୃୟାରୀରେ ପ୍ରିଷ୍ଟ, ୨୦୦୮ ଫେବୃୟାରୀରେ କୁର୍ନୁଲର ବିଶପ, ୨୦୨୦ ନଭେମ୍ବରରେ ହାଇଦ୍ରାବାଦର ଆର୍କବିଶପ ହୋଇଥିଲେ।