Categories: ଜାତୀୟ

ଟିଆର୍‌ଏସ୍‌ ହାତକୁ ପୁଣି ଯାଇପାରେ ହାଇଦ୍ରାବାଦ

ହାଇଦ୍ରାବାଦ, ୫।୧୨(ପି.ଟି.): ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ପୁଣିଥରେ ହାଇଦ୍ରାବାଦ ପୌର ନିଗମ ଅକ୍ତିଆର କରିପାରେ। ୧୫୦ ଆସନ ବିଶିଷ୍ଟ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ (ଜିଏଚ୍‌ଏମ୍‌ସି) ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ଟିଆର୍‌ଏସ୍‌ ୫୭ ଆସନ ଜିତିଥିବାବେଳେ ହାଇପ୍ରୋଫାଇଲ ପ୍ରଚାର କରିଥିବା ଭାଜପାକୁ ମିଳିଛି ୪୯ ଆସନ। ଅନ୍ୟପକ୍ଷରେ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ଏହାର ପାରମ୍ପରିକ ଗଡ଼ରେ ପତିଆରା ଜାରି ରଖିଛି। ଏହି ଦଳ ୪୩ ଆସନରେ ବିଜୟୀ ହୋଇଛି। କଂଗ୍ରେସ ମାତ୍ର ୨ଟି ଆସନ ଜିତି ଚତୁର୍ଥ ସ୍ଥାନରେ ଥିବାବେଳେ ତେଲ୍‌ଗୁ ଦେଶମ ପାର୍ଟି (ଟିଡିପି) ୧ ଓ୍ବାର୍ଡରେ ସୀମିତ ରହିଛି। ୨୦୧୬ ନିର୍ବାଚନରେ ଗୈରିକ ଦଳକୁ ମାତ୍ର ୪ ଆସନ ମିଳିଥିଲା। ସେତେବେଳେ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆର୍‌ଏସ୍‌ ୯୯ ଆସନ ଜିତି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା।

Share