Categories: ଜାତୀୟ

ହାଇଦ୍ରାବାଦ ନିର୍ବାଚନ ଭାଜପା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ

ହାଇଦ୍ରାବାଦ,୪ ।୧୨: ଗ୍ରେଟର ହାଇଦ୍ରାବାଦ ନଗର ନିଗମ(ଜିଏଚ୍‌ଏମ୍‌ସି) ପାଇଁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ନଗରନିଗମ ପାଇଁ ହୋଇଥିବା ନିର୍ବାଚନର ମତ ଗଣନା ଶୁକ୍ରବାର କରାଯାଉଛି । ଏଠାକାର ୧୫୦ ୱାର୍ଡ ପାଇଁ ୧,୧୨୨ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଏଥରର ନଗରନିଗମ ନିର୍ବାଚନକୁ ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି କାରଣ କେନ୍ଦ୍ରର ଭାଜପା ସରକାରଙ୍କ ନେତୃତ୍ୱ ଏହି ନିର୍ବାଚନରେ ପୂରା ଶକ୍ତି ଖଟାଇ ଦେଇଛନ୍ତି । ଏବେ ଦେଖିବାର ଅଛି ଏହି ଫଳାଫଳ  ଅସଦୁଦ୍ଦିନ ଓୱସି ଓ କେ. ଚନ୍ଦ୍ରଶେଖର ରାଓଙ୍କ କବଜାକୁ ଆସୁଛି କି ଭାରତୀୟ ଜନତ ପାର୍ଟି(ଭାଜପା) ଏହାକୁ ହାତ ମୁଠାକୁ ନେଉଛି । ତେବେ ମତ ଗଣନା ଆରମ୍ଭରୁ ଭାଜପାକୁ ବହୁମତ ମିଳିଥିବା କୁହାଯାଉଛି । ଭାଜପା ୭୮ ଆସନରେ ଆଗରେ ରହିଥିବା ବେଳେ ୩୪ ଆସନରେ ଟିଆର୍‌ଏସ୍ ଓ ୧୭ ଆସନରେ ଏଆଇଏମ୍‌ଆଇଏମ୍ ଆଗରେ ରହିଛି । ଏହାସହ କଂଗ୍ରେସ କେବଳ ଗୋଟିଏ ଆସନରେ ଆଗରେ ରହିଛି । ଯଦି ଭାଜପା ଏହି ନିର୍ବାଚନରେ ବିଜୟୀ ହେଲା ତେବେ ଏହା କେନ୍ଦ୍ର ସରକାରଙ୍କ ପାଇଁ ବରଦାନ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

Share