Categories: ଜାତୀୟ

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ

ହାଇଦ୍ରାବାଦ୍‌,୨୦।୫: ୨୦୧୯ର ବହୁ ଚର୍ଚ୍ଚିିତ ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ବି ରମନାଙ୍କ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପୋଲିସର ଏନ୍‌କାଉଣ୍ଟର ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ ତେଲେଙ୍ଗାନା ହାଇକୋର୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ହାଇଦ୍ରାବାଦର ଭେଟେନାରୀ ଡାକ୍ଟରାଣୀଙ୍କୁ ଗଣବଳାତ୍କାର ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଥିଲା। ପୋଲିସ ତଦନ୍ତ ବେଳେ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଟ୍‌ କରୁଥିଲା। ସେତିକିବେଳେ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଟିମ୍‌ ୪ଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଥିଲା। ସେତିକି ବେଳେ ସୁପ୍ରିମକୋର୍ଟଙ୍କ ଘଟଣାର ତଦନ୍ତ ପାଇଁ ସିରିପୁରକର କମିଶନ ଗଠନ କରି ଏନ୍‌କାଉଣ୍ଟର ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ସିରପୁରକର କମିଶନ ଏହି ଘଟଣାର ଯାଞ୍ଚ ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଛି। ଶୁକ୍ରବାର କୋର୍ଟ ଦାଖଲ ହୋଇଥିବା ରିପୋର୍ଟର ଶୁଣାଣି କରି ପୋଲିସର ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇବା ସହ ଏହାକୁ ନକଲି ବୋଲି କହିଛନ୍ତି। ଏଥିସହ ରିପୋର୍ଟ ପାଇବା ପରେ ସୁପ୍ରିମକୋର୍ଟ ତେଲେଙ୍ଗାନା ହାଇକୋର୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Share