Categories: ଜାତୀୟ

ଲୋକତନ୍ତ୍ରକୁ ମଜଭୁତ କରିବାକୁ ଭୋଟ ଦିଅନ୍ତୁ: ଓୱାସି

ହାଇଦ୍ରାବାଦ,୧ ।୧୨: ବୃହତ ହାଇଦ୍ରାବାଦ ନଗର ନିଗମ(ଜିଏଚ୍‌ଏମ୍‌ସି) ନିର୍ବାଚନ ଏବେ ରାଷ୍ଟ୍ରୀୟ ରାଜନୀତିର କେନ୍ଦ୍ର ପାଲଟି ଯାଇଛି । ଏବେ ସମସ୍ତଙ୍କ ନଜର ଏହି ନିର୍ବାଚନ ଫଳାଫଳ ଉପରେ ରହିଛି । ମଙ୍ଗଳବାର ୧୫୦ ୱାର୍ଡ ପାଇଁ ମତଦାନ ଆରମ୍ଭ କରାଯାଇଛି । ଏହା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ । ପ୍ରାୟ ୭୪,୪୪,୨୬୦ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏହି ନିର୍ବାଚନରେ ୧୫୦ ଆସନରେ ୧,୧୨୨ ପ୍ରର୍ଥୀ ରହିଛନ୍ତି । ମତ ଗଣନା ୪ ଡିସେମ୍ବରରେ ହେବ । ଏହି ନିର୍ବାଚନ ପାଇଁ ବିଧାନସଭା ନିର୍ବାଚନ ଭଳି ପ୍ରଚାର ହୋଇଥିବା ବେଳେ ରାଷ୍ଟ୍ରୀୟ ସ୍ତରର କେତେଜଣ ନେତା ମଧ୍ୟ ପ୍ରଚାରରେ ଭାଗ ନେଇଥିଲେ । ଏବେ ଏହି ନର୍ବାଚନକୁ ନେଇ ଏଆଇଏମ୍‌ଆଇଏମ୍ ନେତା ଅସଉଦ୍ଦିନ ଓୱେସି ବହୁ ସଂଖ୍ୟାରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି । ହାଇଦ୍ରାବାଦର ବିଶିଷ୍ଟ ସଂସ୍କୃତିର ପରିଚୟ ପାଇଁ, ଦେଶର ଲୋକତନ୍ତ୍ରକୁ ମଜଭୁତ କରିବାକୁ ଓ ଏକ ଶାନ୍ତିପୂର୍ଣ୍ଣ ହାଇଦ୍ରାବାଦ ପାଇଁ ମତଦାନ କରନ୍ତୁ ବୋଲି ସେ କହିଛନ୍ତି । ଏଆଇଏମ୍‌ଆଇଏମ୍‌ର ଅଧ୍ୟକ୍ଷ ତଥା ଏମ୍‌ପି ଓୱେସି ନିଜେ ଭୋଟ ଦେଇଛନ୍ତି । ଆଉ ଭୋଟ ଦେଇ ସାରିବା ପରେ ସେ କହିଛନ୍ତି, ମୁଁ ହାଇଦ୍ରାବାଦ ଜନତାଙ୍କୁ ଅନୁରୋଧ କରୁଛି ଲୋକତନ୍ତ୍ରକୁ ମଜଭୁତ କରିବାକୁ ଭୋଟ ଦିଅନ୍ତୁ ।

Share