ଗୁଜରାଟ,୩୦।୧୧: ବହୁ ମହଲା ବିଶିଷ୍ଟ ବିଲ୍ଡିକୁ ଯିବାପାଇଁ ଲିଫ୍ଟ ବ୍ୟବହାର କରାଯାଇଥାଏ। ଯାହାଦ୍ୱାରା ଜିନିଷପତ୍ର ନବା ଆଣିବା ସହ ଶିଡି ଚଢି ଯିବାକୁ ବେଶୀ ପରିଶ୍ରମ କରିବାକୁ ପଡି ନ ଥାଏ। ତେବେ ନିକଟରେ ସୋସାଇଟିରେ ଲାଗିଥିବା ଏକ ନୋଟିସ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସମସ୍ତଙ୍କ ଠାରେ ଆକ୍ରୋଶ ଦେଖିବାକୁ ମିଳିଛି। ନୋଟିସରେ ଡେଲିଭରି ବଏ, କାମବାଲି ସମତେ ଅନ୍ୟ ଲୋକଙ୍କୁ ଲିଫ୍ଟ ବ୍ୟବହାର କରିବାକୁ ମନା କରାଯାଇଛି। ଲିଫ୍ଟ ବ୍ୟବହାର କଲେ ଫାଇନ୍ ଦେବାକୁ ପଡିବ ବୋଲି ମଧ୍ୟ ସତର୍କ କରାଯାଇଛି।
ହାଇଦ୍ରାବାଦର ଏକ ସୋସାଇଟିରେ ଏପରି ଏକ ନୋଟିସ ଲଗାଯାଇଛି। ଯେଉଁଥିରେ ମୁଖ୍ୟ ଲିଫ୍ଟ ଦେଇ କାମବାଲି, ଡେଲିଭରି ବଏ ଓ ଅନ୍ୟ ଶ୍ରମିକଙ୍କୁ ଯିବାଆସିବା ପାଇଁ ବାରଣ କରାଯାଇଛି। ଲିଫ୍ଟ ବ୍ୟବହାର କଲେ ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କୁହାଯାଇଛି। ତେବେ ଏହି ନୋଟିସ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଲୋକ ଖୁବ୍ ପ୍ରତିକ୍ରିୟା ଦେଉଥିବା ନଜର ଆସିଛି।