Posted inଜାତୀୟ

ହାଇଦ୍ରାବାଦ କେବଳ ତେଲଙ୍ଗାନାର ରାଜଧାନୀ

ହାଇଦ୍ରାବାଦ, ୨।୬:ଦେଶର ବ୍ୟସ୍ତ ବହୁଳ ସହର ମଧ୍ୟରେ ଅନ୍ୟତମ ହାଇଦ୍ରାବାଦ ରବିବାରଠାରୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମିଳିତ ରାଜଧାନୀ ରହିବ ନାହିଁ। ଆନ୍ଧ୍ରପ୍ରଦେଶ ପୁନଃ ଗଠନ ଅଧିନିୟମ ୨୦୧୪ର ଧାରା ୫(୧)କେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ରବିବାରଠାରୁ ଏହା କେବଳ ତେଲଙ୍ଗାନାର ରାଜଧାନୀ ଭାବେ ପରିଗଣିତ ହେବ। ଗତ ୨୦୧୪ ଜୁନ୍‌ ୨ରେ ଆନ୍ଧ୍ରପ୍ରଦେଶର ବିଭାଜନ ଘଟି ତେଲଙ୍ଗାନା ରାଜ୍ୟର ଗଠନ ହୋଇଥିଲା। ସେତେବେଳେ ହାଇଦ୍ରାବାଦକୁ ଉଭୟ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ପୁନଃ ଗଠନ ଅଧିନିୟମ ଅନୁଯାୟୀ, ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ହାଇଦ୍ରାବାଦ ଉଭୟ ରାଜ୍ୟର ରାଜଧାନୀ ରହିପାରିବ ନାହିଁ। ଏହି ଆଇନର ଉପ ବିଭାଗ(୧) ଅନୁଯାୟୀ ୧୦ ବର୍ଷର ଅବଧି ସରିବା ପରେ ହାଇଦ୍ରାବାଦ କେବଳ ତେଲଙ୍ଗାନାର ରାଜଧାନୀ ରହିବ ବୋଲି ପ୍ରାବଧାନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: କିଡ଼ନୀ ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା

ଚଣ୍ଡିଗଡ,୧୮।୧୦: ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂ ସାଇନି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୁଣି ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି।...

ବିଧାୟକ ଅବ୍ବାସ ଅନସାରୀଙ୍କୁ ବଡ ଆଶ୍ୱସ୍ତି, ଏହି ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ,୧୮।୧୦: ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ବିଧାୟକ ଅବ୍ବାସ ଅନସାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ଅବ୍ବାସ ଅନସାରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଏତିକି ଆସନରେ ଲଢ଼ିବ ଭାଜପା, ଜାଣନ୍ତୁ ଅନ୍ୟ କେଉଁ ଦଳ କେତୋଟି ଆସନରେ ଲଢ଼ିବେ…

ରାଞ୍ଚି,୧୮ା୧୦: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ମଧ୍ୟରେ ଆସନ ବଣ୍ଟନ ଘୋଷଣା କରାଯାଇଛି। ଶୁକ୍ରବାର ଭାଜପା ଏବଂ ଏଜେୟୁ ରାଞ୍ଚିରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ...

ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ପାକିସ୍ତାନ, ନଓ୍ବାଜ ସରିଫ କହିଲେ ପୁରୁଣା କଥା ଛାଡି ନୂଆ ଆରମ୍ଭ କର

ଇସଲାମାବାଦ,୧୮।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ...

ଇଏସ୍‌ଆଇ ହସ୍ପିଟାଲରେ ଲାଗିଲା ନିଆଁ, ଜଣେ ମୃତ

କୋଲକାତା,୧୮।୧୦: ଶୁକ୍ରବାର ସକାଳେ କୋଲକାତାର ସିୟାଲଦାହ ସ୍ଥିତ କର୍ମଚାରୀ ରାଜ୍ୟ ବୀମା (ESI) ହସ୍ପିଟାଲରେ ଅଗ୍ନିକାଣ୍ଡରେ ଜଣେ ରୋଗୀର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ...

ଭାରତ ଉପରେ ରାଗିକି ନିଆଁବାଣ ଚାଇନା: କହିଲା, ଏମିତି କଲେ…

ମୁମ୍ବାଇ/ବେଜିଂ,୧୮।୧୦: ମୁମ୍ବାଇରେ ତାଇୱାନର ତାଇପେଇ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର (ଟିଇସିସି)ର ନିକଟରେ ସ୍ଥାପିତ କାର୍ଯ୍ୟାଳୟକୁ ନେଇ ଚାଇନା ଭାରତ ସହ କୂଟନୈତିକ ବିରୋଧ କରିଛି।...

ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜାରି କଲେ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୧୮।୧୦: ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ କହିଛନ୍ତି ଯେ କୌଣସି...

ଦୀପାବଳି ପୂର୍ବରୁ ବଡ଼ ଉପହାର ଦେଲେ ମୋଦି: ଲୋକଙ୍କ ଯାତ୍ରା ହେବ ସହଜ

ନୂଆଦିଲ୍ଲୀ,୧୮।୧୦: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରବାସୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ପାଟନାଠାରୁ ପଶ୍ଚିମ ଚମ୍ପାରନକୁ ଯାଉଥିବା ରାସ୍ତା (ଏନ୍‌ଏଚ୍‌-୧୩୯)କୁ ପ୍ରଶସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri