Categories: ଜାତୀୟ

ହାଇଦ୍ରାବାଦ କେବଳ ତେଲଙ୍ଗାନାର ରାଜଧାନୀ

ହାଇଦ୍ରାବାଦ, ୨।୬:ଦେଶର ବ୍ୟସ୍ତ ବହୁଳ ସହର ମଧ୍ୟରେ ଅନ୍ୟତମ ହାଇଦ୍ରାବାଦ ରବିବାରଠାରୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମିଳିତ ରାଜଧାନୀ ରହିବ ନାହିଁ। ଆନ୍ଧ୍ରପ୍ରଦେଶ ପୁନଃ ଗଠନ ଅଧିନିୟମ ୨୦୧୪ର ଧାରା ୫(୧)କେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ରବିବାରଠାରୁ ଏହା କେବଳ ତେଲଙ୍ଗାନାର ରାଜଧାନୀ ଭାବେ ପରିଗଣିତ ହେବ। ଗତ ୨୦୧୪ ଜୁନ୍‌ ୨ରେ ଆନ୍ଧ୍ରପ୍ରଦେଶର ବିଭାଜନ ଘଟି ତେଲଙ୍ଗାନା ରାଜ୍ୟର ଗଠନ ହୋଇଥିଲା। ସେତେବେଳେ ହାଇଦ୍ରାବାଦକୁ ଉଭୟ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ପୁନଃ ଗଠନ ଅଧିନିୟମ ଅନୁଯାୟୀ, ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ହାଇଦ୍ରାବାଦ ଉଭୟ ରାଜ୍ୟର ରାଜଧାନୀ ରହିପାରିବ ନାହିଁ। ଏହି ଆଇନର ଉପ ବିଭାଗ(୧) ଅନୁଯାୟୀ ୧୦ ବର୍ଷର ଅବଧି ସରିବା ପରେ ହାଇଦ୍ରାବାଦ କେବଳ ତେଲଙ୍ଗାନାର ରାଜଧାନୀ ରହିବ ବୋଲି ପ୍ରାବଧାନ ଥିଲା।

Share