Categories: ଜାତୀୟ

ମହିଳାଙ୍କ ସହ ଅଭଦ୍ରାମି ପାଇଁ ପିଟି ପିଟି ମାରି ଦେଲେ

ହାଇଦ୍ରାବାଦ୍‌,୮।୪: ଜଣେ ମହିଳାଙ୍କ ସହ ଖରାପ ବ୍ୟବହାର ପାଇଁ ଜଣେ ୩୯ ବର୍ଷୀୟ ଯୁବକଙ୍କୁ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ। ପରେ ଉକ୍ତ ଯୁବକଙ୍କ ମୃତଦେହ ତାଙ୍କ ଘରୁ ମିଳିଥିବା ଗୁରୁବାର ପୋଲିସ ପକ୍ଷରୁ କୁହାଯାଇଛି।

ଅଭିଯୋଗ ଅନୁଯାୟୀ, ପୀଡ଼ିତ ବୁଧବାର ତାଙ୍କ ଘର ପାଖ ମହିଳାଙ୍କ ସହ ଅଭଦ୍ରାମି କରିଥିଲେ। ମହିଳା ଜଣଙ୍କ ଏ ସମ୍ପର୍କରେ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ପରେ ମହିଳାଙ୍କ ସ୍ବାମୀ, କିଛି ସ୍ଥାନୀୟ ଲୋକେ ଏବଂ ସମ୍ପର୍କୀୟମାନେ ପୀଡ଼ିତଙ୍କୁ ବାଡ଼ିରେ ମାଡ଼ ମାରିଥିଲେ।

ଘଟଣାରେ ସେ ନିଜ ଘରକୁ ଚାଲି ଯାଇଥିଲେ। କିନ୍ତୁ ପରିବାର ଲୋକେ ସେହି ଦିନ ରାତିରେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏକ ହତ୍ୟା ମାମଲା ରୁଜୁ କରାଯାଇ କିଛି ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

Share