Categories: ଜାତୀୟ

ମଟନ କରିବାକୁ ମନା କରିବାରୁ ପତ୍ନୀଙ୍କ ବିରୋଧରେ ଅଭିଯୋଗ

ହାଇଦ୍ରାବାଦ,୨୧।୩: ପତ୍ନୀ ମଟନ ରୋଷେଇ କରିବାକୁ ମନା କରି ଦେବାରୁ ଜଣେ ମଦ୍ୟପ ପୋଲିସକୁ ବାରମ୍ବାର ଫୋନ କରି ଅଭିଯୋଗ କରିଥିଲେ। ପୋଲିସ ଅନୁଯାୟୀ, ଉକ୍ତ ବ୍ୟକ୍ତି ଶୁକ୍ରବାର ରାତିରେ ୫ ଥର ୧୦୦ ନମ୍ବରରେ ଫୋନ କରିଥିଲେ। ତାଙ୍କ ପତ୍ନୀ ବାରମ୍ବାର ମଟନ ତରକାରୀ କରିବାକୁ ମନା କରୁଥିବା ପୋଲିସକୁ କହିଥିଲେ। ଏଥିଯୋଗୁ ଶନିବାର ତାଙ୍କୁ ପୋଲିସ ଅଟକ ରଖାଯାଇଥିଲା। ପରେ ତାଙ୍କୁ ଚେତାବନୀ ଦେଇ ପୋଲିସ ଛାଡ଼ି ଦେଇଥିଲା।

Share