Categories: ଜାତୀୟ

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ମିଳିଲା ସୂଚନା

ଚେନ୍ନାଇ,୨୯।୮: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ସୂଚନା ମିଳିଛି। ତେବେ ଅନୁସନ୍ଧାନ ପରେ ଏହି ସୂଚନା ମିଥ୍ୟା ବୋଲି ଜଣାପଡିଛି ଏବଂ ବିମାନବନ୍ଦରରେ କୌଣସି ସନ୍ଦେହଜନକ ତଥ୍ୟ ମିଳନାହିଁ। ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୋଲିସ କହିଛି ଯେ, ବିମାନ ବନ୍ଦରରେ ବୋମା ସମ୍ପର୍କରେ ସେମାନେ ସୋମବାର ଏକ ଇମେଲ ପାଇଥିଲେ। ଏହା ପରେ ତୁରନ୍ତ ଏକ ଦଳ ବିମାନବନ୍ଦରରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ତଥାପି, କୌଣସି ସନ୍ଦେହଜନକ ତଥ୍ୟ ମିଳିନାହିଁ। ଏହା ପରେ ପୋଲିସ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି। ପୋଲିସ ମେଲ କରିଥିବା ବ୍ୟକ୍ତିଙ୍କୁ ଖୋଜିବାକୁ ଚେଷ୍ଟା କରୁଛି।

Share