କେକେଆର୍‌ ସାମ୍ନାରେ ୧୪୩ ରନ୍‌ ଟାର୍ଗେଟ୍‌ ରଖିଲା ହାଇଦ୍ରାବାଦ୍‌

ଆବୁଧାବି, ୨୬।୯: ଆଇପିଏଲ୍‌-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୪୨ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଅଧିନାୟକ ଡେଭିଡ୍‌ ଓ୍ବାର୍ନର (୩୬), ମନୀଷ ପାଣ୍ଡେ (୫୧) ଓ ରିଦ୍ଧିମାନ ଶାହ (୩୦) ଉପଯୋଗୀ ବ୍ୟାଟିଂ କରିଥିଲେ। ପ୍ରତିପକ୍ଷ କେକେଆର୍‌ ପକ୍ଷରୁ ପ୍ୟାଟ୍‌ କୁମିନ୍ସ, ଆନ୍ଦ୍ରେ ରସେଲ ଓ ବରୁନ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

Share