ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ୍‌

ଦୁବାଇ, ୮।୧୦: ଚଳିତ ଆଇପିଏଲ୍‌ର ୨୨ତମ ମୁକାବିଲାରେ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପ୍ରଥମେ ବୋଲିଂ କରିବ।
ସିଜନlରେ ପଞ୍ଜାବ ୫ ମ୍ୟାଚ୍‌ ଖେଳି ସାରିଥିବାବେଳେ ଗୋଟିଏ ବିଜୟ ଓ ୪ ପରାଜୟ ସହ ୨ ପଏଣ୍ଟ ପାଇ ଟେବୁଲ ତାଲିକାର ସର୍ବନିମ୍ନ ୮ମ ସ୍ଥାନରେ ରହିଛି। ଅପରପକ୍ଷରେ ହାଇଦ୍ରାବାଦ୍‌ ସମାନ ସଂଖ୍ୟକ ମ୍ୟାଚ୍‌ରୁ ୨ ବିଜୟ ଓ ୩ ପରାଜୟ ସହ ୬ଷ୍ଠ ସ୍ଥାନରେ ରହିଛି।

Share