ହାଇଦରଙ୍କ ମିଳୁନି ପତ୍ତା: ଧରିବା ପାଇଁ ଡିଜିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଏସ୍‌ସିବିରୁ ଚିକିତ୍ସାଧୀନ ଅବସ୍ଥାରେ ଗ୍ୟାଙ୍ଗଷ୍ଟର ହାଇଦର ଶନିବାର ସନ୍ଧ୍ୟାରେ ଚମ୍ପଟ୍‌ ମାରିଥିଲେ। ଏଯାବତ୍‌ ତାଙ୍କ ପତ୍ତା ମିଳୁନି। ତାଙ୍କୁ ଖୋଜିବା ପାଇଁ ଏକାଧିକ ସ୍ପେଶାଲ ସ୍ବାଡ୍‌ ଗଠନ କରାଯାଇ ସର୍ଚ୍ଚ ଅପରେଶନ ଚାଲିଛି। ଏ ନେଇ ରବିବାର ଡିଜିପିଙ୍କ ଭୁବନେଶ୍ୱର କ୍ୟାମ୍ପ ଅଫିସରେ ତାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉକ୍ତ ବୈଠକରେ ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ କେନ୍ଦ୍ରାଞ୍ଚଳ ଡିଆଇଜି ଓ କ୍ରାଇମ୍‌ବ୍ରାଞ୍ଚ ଏଡିଜି ଉପସ୍ଥିତ ଅଛନ୍ତି। ‘ଅପରେଶନ ହାଇଦର’କୁ ଜୋରଦାର କରାଯାଇ ଉକ୍ତ ବୈଠକ ଚାଲିଥିବା ସୂଚନା ମିଳିଛି। ପୂର୍ବରୁ କଟକ ସହର ସୀମା ସିଲ୍‌ କରାଯାଇଛି। ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ପୋଲିସକୁ ମଧ୍ୟ ଆଲର୍ଟ କରାଯାଇଛି। ତଥାପି ହାଇଦରଙ୍କୁ ଧରିବାରେ ସକ୍ଷମ ହୋଇପାରିନି ପୋଲିସ।
ଶନିବାର କଟକ ଡିସିପି ପ୍ରତୀକ ସିଂଙ୍କ କାର୍ଯ୍ୟାଳୟରେ ମଧ୍ୟ କମିଶନରେଟ୍‌ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବଛାବଛା ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Share