Categories: ଖେଳ

ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଲେ ହାଇଦ୍ରାବାଦ୍‌ ମାଲିକାଣୀ

ଚେନ୍ନାଇ,୨୭।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍‌ ୨୦୧୪ ଚାମ୍ପିଅନ ହୋଇଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଦଳ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ କରି ଟାଇଟଲ ଜିତିଛି। ୨୦୧୨ ଏବଂ ୨୦୧୪ ପରେ ଏହା କୋଲକାତା ନାଇଟ ରାଇଡର୍ସର ତୃତୀୟ ଆଇପିଏଲ ଟାଇଟଲ ଥିଲା।
ମ୍ୟାଚ ପରେ ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ କାବ୍ୟା ମାରନ ତାଙ୍କ ଲୁହ ଲୁଚାଇ ପାରି ନ ଥିଲେ। କ୍ୟାମେରାର ଅନ୍ୟ ପାର୍ଶ୍ୱକୁ ମୁଣ୍ଡ ବୁଲାଇ ସେ ଲୁହ ପୋଛିଥିବାର ନଜର ଆସିଥିଲେ। ଏହା ପରେ ସେ ଜନତାଙ୍କ ଅଭିବାଦନ ଗ୍ରହଣ କରିଥିଲେ ଏବଂ କେକେଆର ଦଳକୁ ଅଭିନନ୍ଦନ ଜଣାଇଥିବାର ମଧ୍ୟ ଦେଖାଯାଇଥିଲା। ମ୍ୟାଚ ପରେ ତାଙ୍କ ପ୍ରତିକ୍ରିୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share