ହାଇଦରଙ୍କ ପୁଅଙ୍କୁ ଆଜୀବନ ଜେଲ୍‌

କେନ୍ଦ୍ରାପଡା ଅଫିସ୍‌,୪।୧୦: ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ହାଇଦରର ବଡ଼ ପୁଅ ସେକ କାଦିରଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। କେନ୍ଦ୍ରାପଡା ଜିଲା ଦୌରା ଜଜ ଏକ ଶୁଣାଣି କରି ଏହି ଦଣ୍ଡ ଦେଇଛନ୍ତି॥ ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାମାମଲାରେ କାଦିର ଦୋଷୀ ସାବ୍ୟସ୍ତ ହୋଇଛି। ବ୍ୟବସାୟୀ ସାହା ନବାଜଙ୍କୁ ଦାଦାବଟି ମାଗି ବିଫଳ ହେଲା ପରେ ସେକ କାଦିର ତାଙ୍କ ଦୋକାନରେ ପଶି ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କାଦିର ନାଁରେ ବିଭିନ୍ନ ଥାନାରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି। ତେବେ ଏହି ମାମଲାରେ ଅନ୍ୟ ୮ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏନେଇ ସରକାରୀ ଆଇନଜୀବୀ ମାନସ ରଂଜନ ବେହେରା ସୂଚନା ଦେଇଛନ୍ତି। ନିକଟରେ ହାଇଦରଙ୍କୁ ଏନକାଉଣ୍ଟର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତିନିବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର: ବାଜି ମାରିନେନେଲା ଏହି ଚାରି ସିନେମା

୧୪।୧୧,ଭୁବନେଶ୍ୱର: ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର...

ଶିଶୁ ଦିବସରେ ଖୋଲିଲା ଶିଶୁ ଗୃହ: ଫାଇଦା ପାଇବେ ୮୦୦ ଶିଶୁ

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ୍‌): ୩ ବର୍ଷ ପରେ ଶିଶୁଙ୍କ ପାଇଁ ଅଙ୍ଗନାୱାଡି କେନ୍ଦ୍ରରେ ନାମ ଲେଖାଯିବା ସହ ସେମାନଙ୍କ ଶାରୀରିକ, ବୌଦ୍ଧିକ ବିକାଶ ପାଇଁ...

ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ପ୍ରକାଶ ପାଇଲା ସୂଚୀ, ଜାଣନ୍ତୁ କେଉଁ ଦିନ କ’ଣ

ଭୁବନେଶ୍ୱର,୧୪।୧୧: ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ କରିଛି। ୨୧ ତାରିଖରେ ପ୍ରଥମ...

ଏହି ଦିନଠୁ OSSTET ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ ରହିଛି…

ଭୁବନେଶ୍ୱର,୧୪।୧୧: ଆସନ୍ତା ୧୯ ତାରିଖରୁ OSSTET -୨୦୨୪ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି।...

୬ ଦିନ ହେଲା ନିଖୋଜ ଥିଲେ ଯୁବତୀ: ପୋଖରୀରୁ ମିଳିଲା ମୃତଦେହ

ଦଶପଲ୍ଲା,୧୪।୧୧: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଶରୀରଗଣ୍ଡା ଗାଁ ପୋଖରୀରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା ମୁତାବକ, ୬ଦିନ...

କୃଷି ଜମିକୁ ଘରୋଇ ଜମି କରିବା ପାଇଁ ଲାଞ୍ଚ ନେଉଥିଲେ ଆର୍‌ଆଇ, ପଡ଼ିଲେ ଭିଜିଲାନ୍ସ ପଞ୍ଝାରେ

ଭଦ୍ରକ,୧୪ା୧୧(ସନାତନ ରାଉତ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ଆର୍‌ଆଇ ଭାଗବତ ଖଟୁଆଙ୍କୁ ଓଡ଼ିଶା ଭିଜିଲାନ୍ସ କର୍ମଚାରୀ ମାଡ଼ି ବସିଛନ୍ତି। ଏକ ମ୍ୟୁଟେଶନ...

‘ଦେଶର ଉନ୍ନତି-ପ୍ରଗତିରେ ଶିଶୁମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବାଲିଗୁଡ଼ା,୧୪ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଶିଶୁ ପ୍ରିୟ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ଓ ଶିଶୁ...

ଗାଧୋଇବାକୁ ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୧୪ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଗୁୁରୁବାର ସକାଳେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri