Posted inଜାତୀୟ

ତ୍ରିପୁରା ବିଧାନସଭାରେ ପର୍ନକୁ ନେଇ ହାଇଡ୍ରାମା

ଅଗରତାଲା,୮ା୭:
ବିଧାନସଭା ଅଧିବେଶନ ଚାଲିଥିବାବେଳେ ଗୃହରେ ମୋବାଇଲ ବ୍ୟବହାର ମନା। ଏହା ଜାଣି ସୁଦ୍ଧା ତ୍ରିପୁରାର ବାଗ୍‌ବାସା ଭାଜପା ବିଧାୟକ ଯାଦବଲାଲ ନାଥ ବିଧାନସଭାରେ ବସି ଅଶ୍ଳୀଳ ଭିଡିଓ ଦେଖୁଥିଲେ। ଗତ ମାର୍ଚ୍ଚ ୩୦ର ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ଭାଜପା ପାଇଁ ଲଜ୍ଜାଜନକ ସ୍ଥିତି ଉପୁଜିଥିଲା। କିନ୍ତୁ ଗୈରିକ ଦଳ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଜୁଲାଇ ୭ (ଶୁକ୍ରବାର) ଥିଲା ତ୍ରିପୁରା ମୌସୁମୀ ଅଧିବେଶନର ପ୍ରଥମ ଦିନ। ଅର୍ଥମନ୍ତ୍ରୀ ପ୍ରାଣଜିତ୍‌ ସିଂହ ରୟ ଗୃହରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୭,୬୫୪ କୋଟି ଟଙ୍କାର ନିଅଣ୍ଟିଆ ବଜେଟ ଉପସ୍ଥାପନ କରି କହିଥିଲେ, ରାଜ୍ୟ ଅର୍ଥନୀତିରେ ୮% ଅଭିବୃଦ୍ଧି ଦେଖିବାକୁ ମିଳିପାରେ। ବିରୋଧୀ ଦଳ ନେତା ଅନିମେଶ ଦେବବର୍ମା ଭାଜପା ନେତାଙ୍କ ପର୍ନ ଭିଡିଓ ପ୍ରସଙ୍ଗ ଉଠାଇ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏଥିସହ ଏହି ପ୍ରସଙ୍ଗରେ ବିତର୍କ ପାଇଁ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ। ବାଚସ୍ପତି ବିଶ୍ୱବନ୍ଧ ସେନ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ଶେଷ ହେବା ପରେ ବିରୋଧୀଙ୍କ କଥା ବୁଝାଯିବ। ଏତିକିରେ ସମସ୍ତ ୨୭ ବିରୋଧୀ ବିଧାୟକ ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ ଦେଇଥିଲେ। ଜଣେ ବିଧାୟକ ଏକ ଟେବୁଲ ଉପରେ ଚଢ଼ି ଯାଦବଲାଲଙ୍କ ବିରୋଧରେ ସ୍ଲୋଗାନ ଦେବାରେ ଲାଗିଲେ। ଫଳରେ ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ହୋହଲ୍ଲା କରି ପରସ୍ପରକୁ ଟାର୍ଗେଟ କରିଥିଲେ। ୪୦ ମିନିଟ୍‌ ଧରି ହାଇଡ୍ରାମା ଚାଲିବା ପରେ ବାଚସ୍ପତି ଅସନ୍ତୋଷ ବ୍ୟକ୍ତ କରିବା ସହ ସିପିଆଇଏମ୍‌ ବିଧାୟକ ନୟନ ସର୍କାର, କଂଗ୍ରେସର ସୁଦୀପ ରୟ ବର୍ମନଙ୍କ ସହ ତିପ୍ରା ମୋଥା ପାର୍ଟି (ଟିଏମ୍‌ପି)ର ୩ ବିଧାୟକ ବିଶ୍ୱକେତୁ ଦେବବର୍ମା, ନନ୍ଦିତା ରେଆଙ୍ଗ ଓ ରଞ୍ଜିତ ଦେବବର୍ମାଙ୍କୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ଅଭିଯୋଗରେ ନିଲମ୍ବନ କରିଛନ୍ତି। ବାଚସ୍ପତିଙ୍କ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଣିକ ଶାହା କହିଛନ୍ତି, ବିଧାନସଭା ହେଉଛି ପବିତ୍ର ସ୍ଥାନ ଓ ଗଣତନ୍ତ୍ରର ମନ୍ଦିର। ବଜେଟ ଅଧିବେଶନର ପ୍ରଥମ ଦିନରେ ଯାହାସବୁ ଘଟିଗଲା, ତାହା ଅବିଶ୍ୱସନୀୟ ଓ ଅନୁପଯୁକ୍ତ। ସେମାନଙ୍କ ବିକ୍ଷୋଭ ଏକ ପାପ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri