Categories: ଫୁରସତ

ହାଇଡ୍ରୋଜେନ୍‌ରେ ଚାଲିବ ବିମାନ

ଲଣ୍ଡନ: ଗାଡି, ମୋଟରରେ ବ୍ୟବହୃତ ଇନ୍ଧନ ବାୟୁପ୍ରଦୂଷଣ ପାଇଁ ଦାୟୀ। ଇନ୍ଧନରୁ ବାହାରୁ ଥିବା ବିଷାକ୍ତ ଗ୍ୟାସ୍‌ କାରଣରୁ ଏୟାର ପଲ୍ୟୁଶନ୍‌ର ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ପ୍ରଦୂଷଣ ପାଇଁ ଏୟାରକ୍ରାଫ୍ଟ ବା ବିମାନରେ ବ୍ୟବହାର ହେଉଥିବା ଇନ୍ଧନର ମଧ୍ୟ ସମାନ ସମ୍ପୃକ୍ତି ରହିଛି। ବ୍ରିଟେନ୍‌ର ଏୟାରଲାଇନ୍ସ ଇଜିଜେଟ୍‌ ଏବଂ ବିମାନ ଇଞ୍ଜିନ ନିର୍ମାଣକାରୀ କମ୍ପାନୀ ରୋଲ୍ସ-ରୋଏସି ମିଳିତ ଭାବେ ଏକ ଏୟାରକ୍ରାଫ୍ଟ ଇଞ୍ଜିନ୍‌ର ସଫଳ ପରୀକ୍ଷଣ କରିଛନ୍ତି। ଏହା ବିଶ୍ୱର ପ୍ରଥମ ଇଞ୍ଜିନ, ଯାହା ହାଇଡ୍ରୋଜେନ୍‌ ଦ୍ୱାରା ପରିଚାଳିତ।
କମ୍ପାନୀ ପକ୍ଷରୁ ତିଆରି କରାଯାଇଥିବା ଟର୍ବୋ ପ୍ରୋପ୍‌ ଫ୍ୟାନ୍‌ ଇଞ୍ଜିନର ପରୀକ୍ଷଣ ସ୍କଟ୍‌ଲାଣ୍ଡର ଓର୍କନୀ ଦ୍ୱୀପରେ ଚଳିତମାସରେ କରାଯାଇଛି। ଏ ପ୍ରକାର ଇଞ୍ଜିନ କ୍ଷୁଦ୍ର ବିମାନଗୁଡ଼ିକରେ ବ୍ୟବହାର କରାଯାଏ। ଏକ ଫୁଟ ସ୍କେଲ୍‌ ଗ୍ରାଉଣ୍ଡ ଟେଷ୍ଟ ପାଇଁ ରୋଲ୍ସ-ରୋଏସି ଏକକାଳୀନ ୧୫ଟି ଜେଟ୍‌ ଇଞ୍ଜିନ ନିର୍ମାଣ କରିବାର ଯୋଜନା ରଖିଛି। ବ୍ଲୁ ହାଇଡ୍ରୋଜେନ୍‌ (ଗଛରୁ ନିର୍ମମନ ହେଉଥିବା ହାଇଡ୍ରୋଜେନ ଗ୍ୟାସ) ପରିଚାଳିତ ବିମାନ ଇଞ୍ଜିନ୍‌କୁ ବ୍ରିଟେନ୍‌ର ବ୍ୟାପାର ଓ ଶକ୍ତି ମନ୍ତ୍ରୀ ଗ୍ରାଣ୍ଟ ସାପ୍ଟ ପ୍ରଶଂସା କରିଛନ୍ତି। ଇଞ୍ଜିନ ନିର୍ମାଣକାରୀ କମ୍ପାନୀ ଏବଂ ସରକାର ମିଳିତଭାବେ ଏ ଦିଗରେ କାର୍ଯ୍ୟ କରିବେ। ବାୟୁ ପ୍ରଦୂଷଣ ରୋକିବା ପାଇଁ ଏହା ଏକ ସ୍ବାଗତଯୋଗ୍ୟ ପନ୍ଥା ବୋଲି ସେ କହିଛନ୍ତି।

Share