Posted inଫୁରସତ

ହାଇଡ୍ରୋମ୍ୟାନ; ପାଣି ଭିତରେ କରୁଛନ୍ତି ଡ୍ୟାନ୍ସ, ଖେଳୁଛନ୍ତି କ୍ରିକେଟ୍‌ …

ପାଣି ଭିତରେ ଅଳ୍ପ କିଛି ସମୟ ରହିବା ବି ମୃତ୍ୟୁର ନିକଟତର ହେବା ଭଳି ଅନୁଭୂତ ଦିଏ। କିନ୍ତୁ ଜଣେ ଯୁବକ ପାଣି ଭିତରେ ଅନେକ ସମୟ ରହି ତା’ ଭିତରେ ଡ୍ୟାନ୍ସ କରୁଛନ୍ତି, କ୍ରିକେଟ୍‌ ଖେଳୁଛନ୍ତି, ମାଇକେଲ ଜ୍ୟାକ୍ସନଙ୍କ ପରି ମୁନ୍‌ଓ୍ବାକ ବି କରିପାରୁଛନ୍ତି। ପାଣି ଭିତରେ ଏଭଳି ଚକିତ ହେବାଭଳି କାର୍ଯ୍ୟ କରୁଥିବାରୁ ସେ ଏବେ ‘ହାଇଡ୍ରୋମ୍ୟାନ’ ଭାବେ ବେଶ୍‌ ପରିଚିତ। ସେ ହେଉଛନ୍ତି ରାଜକୋଟର ୨୮ ବର୍ଷୀୟ ଜୟଦୀପ ଗୋହିଲ। ଆଜିକାଲି ଜୟଦୀପ ସୋସିଆଲ ମିଡ଼ିଆରେ ତାଙ୍କ ଭିଡ଼ିଓଗୁଡିକ ବେଶ୍‌ ଭାଇରାଲ ହେଉଛି। ତାଙ୍କ ଭିଡ଼ିଓଗୁଡ଼ିକରେ ସେ କେବେ ପାଣି ଭିତରେ ସିଧା ସିଧା ଚାଲୁଥିବା ଦେଖିବାକୁ ମିଳନ୍ତି, ତ କେବେ ଓଲଟା ଅର୍ଥାତ୍‌ ଗେଡ଼ ଉପରକୁ କରି ହାତରେ ଚାଲନ୍ତି। କେବେ ମାଇକେଲ ଜ୍ୟାକ୍ସନଙ୍କ ସଙ୍ଗିତରେ ନୃତ୍ୟ କରନ୍ତି ଓ ମୁନ୍‌ ଓ୍ବାକ କରନ୍ତି। ପୁଣି କେବେ ପାଣି ଭିତରେ ହିପ୍‌ହପ୍‌, ବ୍ରେକଡ୍ୟାନ୍ସ, କନଟେମ୍ପରାରୀ ଡ୍ୟାନ୍ସ ତ ଆଉ କେବେ କ୍ରିକେଟ୍‌ ବି ଖେଳନ୍ତି। ଆଉ ଏସବୁ ସେ ଅକ୍ସିଜେନ୍‌ ସିଲିଣ୍ଡରର ବିନା କରନ୍ତି। ତଥାପି ପାଣି ଭିତରେ ଏସବୁ ଷ୍ଟଣ୍ଟକୁ ଏତେ ସରଳ ଓ ସହଜଭାବେ କରନ୍ତି ଯେ, ସେ କରୁଥିବା ସବୁ କାର୍ଯ୍ୟ ବେଶ ସହଜ ପରି ଲାଗେ। ତେବେ ଜୟଦୀପ ପାଣି ଭିତରେ କରୁଥିବା ଏହି ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ କରିବା ଲାଗି ପୂର୍ବରୁ ଅନେକ ଅଭ୍ୟାସ କରିଛନ୍ତି। ଦୀର୍ଘ ୧୦ ବର୍ଷର ଅଭ୍ୟାସ ପରେ ଯାଇ ଆଜି ସେ ଏତେ ସହଜତାର ସହ ଅଣ୍ଡରଓ୍ବାଟର ଷ୍ଟଣ୍ଟ ସବୁ କରିପାରୁଛନ୍ତି। ଏବେ ସେ ୧୦ ଫୁଟ ଗଭିର ଜଳ ଭିତରକୁ ଯାଇ ୪ ମିନିଟ୍‌ରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ନିଶ୍ୱାସ ଅଟକାଇ ଅଜବ କାରନାମା ସବୁ କରିପାରୁଛନ୍ତି। ଗଭିର ଜଳ ଭିତରେ ପାଣିର ଚାପ ଅଧିକ ଥାଏ। ଆଉ ପାଣି ଭିତରେ ନୃତ୍ୟ କଲାବେଳେ ପାଣି ବ୍ୟକ୍ତିଙ୍କୁ ଉପରକୁ ଅବା ସାଇଡକୁ ଠେଲିଥାଏ। ଏମିତିରେ ବାଲାନ୍ସ ରଖି ଷ୍ଟଣ୍ଟ କରିବା ବହୁତ କଷ୍ଟକର ହୋଇଥାଏ। ତଥାପି ନିଜର ପ୍ରଚେଷ୍ଟା ବଳରେ ସେ ଖୁବ୍‌ ସହଜତାର ସହ ଅଣ୍ଡରଓ୍ବାଟର ଡ୍ୟାନ୍ସ କରିପାରୁଛନ୍ତି। ସେଥିପାଇଁ ତାଙ୍କୁ ଭାରତର ହାଇଡ୍ରୋମ୍ୟାନ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri