Categories: ବାଣିଜ୍ୟ

ରାଉରକେଲା ବଜାରରେ ହ୍ୟୁଣ୍ଡାଇ ଏକ୍ସଟର

ରାଉରକେଲା,୧୧।୭(ଦିନେଶ ମିଶ୍ର): ରାଉରକେଲା ବେଦବ୍ୟାସ ସ୍ଥିତ କୋସଲା ହ୍ୟୁଣ୍ଡାଇ ଶୋ’ ରୁମ୍‌ ପରିସରରେ ହ୍ୟୁଣ୍ଡାଇ ଏକ୍ସଟର ଅନାବରଣ ଉତ୍ସବ କୋସଲା ହ୍ୟୁଣ୍ଡାଇ ନିର୍ଦ୍ଦେଶକ ପଦ୍ମନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏନ୍‌ଆଇଟି ପ୍ରଫେସର ରୋହନ ଧୀମାନ ମୁଖ୍ୟ ଅତିଥି ଏବଂ ଏନ୍‌ଆଇଟି ପ୍ରଫେସର ରାଜୀବ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ହ୍ୟୁଣ୍ଡାଇ ଏକ୍ସଟର ଅନାବରଣ କରିଥିଲେ। ଉଲ୍ଳେଖଯୋଗ୍ୟ, ହ୍ୟୁଣ୍ଡାଇ ଏକ୍ସଟରରେ ଅତ୍ୟାଧୁନିକ ଏବିଏସ୍‌ ସିଷ୍ଟମ ସହ ଇବିଡି, ସନ୍‌ରୋପ୍‌, ପୁସ୍‌ଷ୍ଟାଟ୍‌, ବ୍ଲୁ ଲିଙ୍କ୍‌ ଭଳି ସଂଯୋଗୀକରଣ ସହିତ ଅନ୍ୟାନ୍ୟ ଟେକ୍ନୋଲୋଜି ସାମିଲ ରହିଛି। ଉକ୍ତ କାର୍‌ରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ୬ଟି ଏୟାରବ୍ୟାଗ୍‌ ରହିଛି। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ମାତ୍ର ୫ଲକ୍ଷ ୯୯ ହଜାର ୯ଶହ ଟଙ୍କାରୁ ଆରମ୍ଭ ହୋଇଛି। ସବୁଠାରୁ ଟପ୍‌ ମଡେଲର ମୂଲ୍ୟ ୯ଲକ୍ଷ ୯୯ ହଜାର ୯ଶହ ଟଙ୍କା ରହିଛି। ଏହି ଗାଡ଼ି ଧଳା, ଅଲଟସ୍‌ ଧଳା, ଟାଇଟନ୍‌ ଗ୍ରେ ଏବଂ ଫରାରି ରେଡ୍‌ ଆଦି ରଙ୍ଗରେ ଉପଲବ୍ଧ ହୋଇଛି। ହ୍ୟୁଣ୍ଡାଇର ଏଭଳି ଶସ୍ତା ଓ ଅତ୍ୟାଧୁନିକ ଟେକ୍ନୋଲୋଜି ବିଶିଷ୍ଟ ଏକ୍ସଟର କାର୍‌ ରାଉରକେଲା ବଜାରକୁ ପ୍ରଥମ ଥର ଆସିଥିବାରୁ ସହରର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏହା ବେଶ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆଗାମୀ ଦିନରେ ଏହି କାର୍‌ ଜନସାଧାରଣଙ୍କ ଲୋକପ୍ରିୟ ହେବ ବୋଲି ଅନୁମାନ କରାଯାଇଛି। ଶୋ’ରୁମ୍‌ ମ୍ୟାନେଜର ବର୍ଣ୍ଣାଦେବ ସାହୁ, ତପନ କୁମାର ନାୟକଙ୍କ ସମେତ କୋସଲା ହ୍ୟୁଣ୍ଡାଇର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share