Categories: ଫୁରସତ

ଚନ୍ଦ୍ରରେ ଗଡ଼ିବ ହୁଣ୍ଡାଇ ରୋଭର

ଓ୍ବାଶିଂଟନ୍‌
କୋରିଆର ହୁଣ୍ଡାଇ ମୋଟର ଗ୍ରୁପ ଚନ୍ଦ୍ରରେ ନିଜ ଛାପ ଛାଡ଼ିବା ନେଇ ଯୋଜନା ପ୍ରସ୍ତୁତ କରୁଛି। ଏ ନେଇ କମ୍ପାନୀ ପକ୍ଷରୁ ଲୁନାର ଏକ୍ସପ୍ଲୋରେଶନ ମୋବିଲିଟି ରୋଭରର ତିଆରି କରାଯାଇଛି, ଯାହା ଆସନ୍ତା ୨୦୨୭ ବେଳକୁ ଚନ୍ଦ୍ରକୁ ପ୍ରେରଣ କରାଯିବ। ତେବେ ଲୁନାର ରୋଭରର ପ୍ରାଣମ୍ଭୀକ ପରୀକ୍ଷଣ ଆରମ୍ଭ ହୋଇଛି। ଲୁନାର ରୋଭର କୋରିଆରେ ଏୟରୋସ୍ପେସ ପାର୍ଟନରର ସହଯୋଗରେ ତିଆରି କରାଯାଉଛି।
ପ୍ରାରମ୍ଭିକ ଲୁନର ରୋଭର ଟେଷ୍ଟିଂ ୟୁନିଟ ୨୦୨୪ର ମଧ୍ୟଭାଗ ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ ଏବଂ ସେପର୍ଯ୍ୟନ୍ତ ହୁଣ୍ଡାଇର ଟାର୍ଗେଟ ଏକ ମଡେଲ ତିଆରି କରିବାକୁ ଅଛି, ଯାହାକୁ ୪ ବର୍ଷ ମଧ୍ୟରେ ଲଞ୍ଚ କରିବାକୁ ହୁଣ୍ଡାଇ ଯୋଜନା କରିଛି। ଲୁନାର ରୋଭରରେ ହୁଣ୍ଡାଇ ଓ କିଆ କାରରେ ଥିବା ସବୁ ଆଡଭାନ୍ସ ଟେକ୍ନୋଲଜି ଉପଲବ୍ଧ ରହିବ। ଏଥିରେ ଆଡଭାନ୍ସ ରୋବୋଟିକ୍ସ, କ୍ୟାମେରା ସହ ଅଟୋମେଟିକ ଡ୍ରାଇଭିଂ ଟେକ୍ନୋଲଜି ସାମିଲ କରାଯିବ। ଏହି ସ୍ବତନ୍ତ୍ର ପ୍ରକାର ଲୁନାର ରୋଭରରେ ସୋଲାର ପ୍ୟାନେଲ ଦିଆଯାଇଛି, ଯେଉଁଥିରେ ଲୁନାର ରୋଭଲକୁ ଆଡଭାନ୍ସ ଟେକ୍ନୋଲଜି ମାଧ୍ୟମରେ ଚାର୍ଜ କରାଯିବ। ଲୁନର ରୋଭର ହୁଣ୍ଡାଇ ଟେକ୍ନୋଲଜି ଓ କମ୍ପୋନେଣ୍ଟ ସହ ଆସିବ। ଏଥିରେ ଉପର ଭାଗରେ ଲୁନାର ସରଫେସ ପାଇଁ ସାଇଣ୍ଟିଫିକ ପେଲୋଡ ସାମିଲ ହେବ। ଲୁନାର ରୋଭର ସରଫେସ୍‌ରେ ସର୍ବୋଚ୍ଚ ତାପମାତ୍ରା ସହ୍ୟ କରିପାରିବାର କ୍ଷମତା ରହିଛି। ତେବେ ଏହି ରୋଭରର ଓଜନ ପାଖାପାଖି ୭୦ କିଲୋ ହେବା ବୋଲି କମ୍ବାନୀ ପକ୍ଷରୁ କୁହାଯାଇଛି।

Share