Categories: ବାଣିଜ୍ୟ

ହ୍ୟୁଣ୍ଡାଇର ଇଭି ଚାର୍ଜିଂ ରାଜିନାମା

ନୂଆଦିଲ୍ଲୀ,୨୨ା୫: ଦେଶର ପ୍ରଥମ ସ୍ମାର୍ଟ ମୋବିଲିଟି ସଲ୍ୟୁସନ ପ୍ରଦାନକାରୀ ତଥା ସର୍ବବୃହତ୍‌ ରପ୍ତାନିକାରୀ ଯାନ ‘ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌’ ଭାରତର ଏକ ବୃହତ୍‌ ଇଣ୍ଟିଗ୍ରେଟେଡ ପାୱାର କମ୍ପାନୀ ତଥା ଅଗ୍ରଣୀ ଇଭି ଚାର୍ଜିଂ ଭିତ୍ତିଭୂମି ପ୍ରଦାନକାରୀ ସଂସ୍ଥା ଟାଟା ପାୱାର ସହିତ ରଣନୈତିକ ଭାଗୀଦାରି ଘୋଷଣା କରିଛି। ଏହି ଅବସରରେ ହ୍ୟୁଣ୍ଡାଇ ମୋଟରର ଏମ୍‌ଡି ତଥା ସିଇଓ ଉନ୍‌ସୋ କିମ୍‌ ଏବଂ ଟାଟା ପାୱାରର ସିଇଓ ତଥା ଏମ୍‌ଡି ଡ. ପ୍ରବୀର ସିହ୍ନାଙ୍କ ଉପସ୍ଥିତିରେ ହରିୟାଣାର ଗୁରୁଗ୍ରାମଠାରେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ମୁଖ୍ୟାଳୟରେ ସ୍ବାକ୍ଷରିତ ହୋଇଯାଇଛି। ଏହି ଚୁକ୍ତି ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ଏବଂ ଟାଟା ପାୱାରର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ହୋଇଯାଇଛି। ଏ ସମ୍ପର୍କରେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ଏମ୍‌ଡି ଆଣ୍ଡ ସିଇଓ ଉନ୍‌ସୋ କିମ୍‌ କହିଛନ୍ତି, ମାନବିକତାର ପ୍ରଗତିରେ ହ୍ୟୁଣ୍ଡାଇର ବିଶ୍ୱସ୍ତରୀୟ ଦୃଷ୍ଟିକୋଣକୁ ହୃଦୟଙ୍ଗମ କରିବା ଏବଂ ବିୟଣ୍ଡ ମୋବିଲିଟିକୁ ଦୃଷ୍ଟିରେ ରଖି ହ୍ୟୁଣ୍ଡାଇ ମୋଟର କାର୍ଯ୍ୟ କରୁଛି। ସେହିଭଳି ଟାଟା ପାୱାରର ସିଇଓ ତଥା ଏମ୍‌ଡି ଡ. ପ୍ରବୀଣ ସିହ୍ନା କହିଛନ୍ତି, ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ସହିତ ଆମର ସହଯୋଗ ଭାରତର ଜାତୀୟ ବୈଦ୍ୟୁତିକ ମୋବିଲିଟି ମିଶନ ଯୋଜନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।

Share