ହାଇଓ୍ବା ଧକ୍କାରେ ଇନୋଭା ଚୁର୍‌ମାର: ଡ୍ରାଇଭର ମୃତ, ୭ ଗୁରୁତର

କେନ୍ଦୁଝର/ଚମ୍ପୁଆ,୧ା୭(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ନାରଦପୁର ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି। କେନ୍ଦୁଝର ଆଡୁ ଯୋଡ଼ା ଅଭିମୁଖେ ଯାଉଥିବା ଏକ ହାଇଓ୍ବା ଟ୍ରକ ଅପରପାର୍ଶ୍ୱରୁ ଆସୁଥିବା ଏକ ଇନୋଭା କାର୍‌କୁ ଧକ୍କା ଦେବା ଫଳରେ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏଥିସହିତ ଇନୋଭାଟି ଚୁର୍‌ମାର ହୋଇଯାଇଥିଲା। ଖବରପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚତ୍ ମୃତଦେହକୁ ଉଦ୍ଧାର କରିବା ସହ ଗୁରୁତରମାନଙ୍କୁ ଯୋଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ଶିଶୁ ଥିବା ବେଳେ ୫ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଟ୍ରକ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି।