ନୂଆଦିଲ୍ଲୀ,୨୬।୨: ନିକଟରେ କ୍ରିକେଟର ଲମ୍ବା ଫର୍ମାଟରେ ୪୦୦ ଉଇକେଟ ପୂରଣ କରିଥିବା ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ମୁଁ ଦୁର୍ଘଟଣାବଶତଃ କ୍ରିକେଟର ହୋଇଗଲି। ମୁଁ ଜଣେ କ୍ରିକେଟ ପ୍ରେମୀ ଯିଏ ପ୍ରକୃତରେ କ୍ରିକେଟର ହେବାରେ ସଫଳ ହେଇଛି। କଦାପି ଚିନ୍ତା କରି ନ ଥିଲି ଦିନେ ଭାରତ ପାଇଁ ଖେଳିବି। କ୍ରିକେଟକୁ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଠାରୁ ଭଲ ଆଉ କ’ଣ ହୋଇପାରେ। ମୁଁ ଖେଳିଥିବା ମ୍ୟାଚ୍ରେ ଦଳର ବିଜୟ ହେଲେ ନିଜକୁ ଭାଗ୍ୟବାନ ମନେ କରେ। କୋଭିଡ୍-୧୯ ପରିସ୍ଥିତି କାରଣରୁ ମୁଁ ଅନୁଭବ କଲି, ଭାରତ ପାଇଁ ଖେଳିବା ସୌଭାଗ୍ୟର କଥା। ଗତବର୍ଷ ଆଇପିଏଲ ପରେ ମୁଁ ଅଷ୍ଟ୍ରେଲିଆରେ ଖେଳିବି କଦାପି ଚିନ୍ତା କରି ନ ଥିଲି। ଏହା ହିଁ କାରଣ ଯାହା ବି ମିଳିଛି, ତାହା ମୋ ପାଇଁ ଉପହାର ବୋଲି ବୋଲିଂ କୋଚ୍ ଆର. ଶ୍ରୀଧରଙ୍କୁ ଏକ ସାକ୍ଷାତ୍କାର ଦେଇ ଅଶ୍ୱିନ କହିଛନ୍ତି।