Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥିଲି: ଆଲାପନ୍‌

କୋଲକାତା, ୪ା୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସ୍‌ର ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ୟାସ୍‌’ କ୍ଷୟକ୍ଷତି ସମୀକ୍ଷା ବୈଠକବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥିଲେ। ବାତ୍ୟା ପ୍ରଭାବିତ ଦିଘାଠାରେ ଆଉ ଏକ ସମୀକ୍ଷା କାର୍ଯ୍ୟକ୍ରମ ଥିବାରୁ ସେ ମମତାଙ୍କ ସହ ସେଠାକୁ ଯାଇଥିଲେ ବୋଲି ଆଲାପନ କହିଛନ୍ତି।
ମେ’ ୨୮ରେ ସାମୁଦ୍ରିକ ଝଡ଼ ‘ୟାସ୍‌’ କ୍ଷୟକ୍ଷତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରିଥିବା ସମୟରେ ମମତାଙ୍କ ସହ ଆଲାପନ ଅଧଘଣ୍ଟା ବିଳମ୍ବରେ ଆସିଥିଲେ। ଏପରି କି ଆଲାପନ ଉକ୍ତ ବୈଠକରେ ଉପସ୍ଥିତ ନ ରହି ଚାଲିଯାଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନୋଟିସ୍‌ରେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ସୋମବାର ଜବାବ ଲୋଡ଼ା ଯାଇଥିଲା।

Share