Posted inଜାତୀୟ

ସୁପ୍ରିମକୋର୍ଟରେ ଚାଲିଥିଲା ହତ୍ୟା ମାମଲାର ଶୁଣାଣି, ହଠାତ୍ ପୀଡିତ ଆସି କହିଲେ-‘ମୁଁ ବଞ୍ଚିଛି’

ନୂଆଦିଲ୍ଲୀ,୧୧।୧୧: ସୁପ୍ରିମକୋର୍ଟରେ ଏକ ହତ୍ୟା ମାମଲାର ଶୁଣାଣି ସମୟରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଶୁଣାଣି ସମୟରେ ପୀଡିତ ୧୧ ବର୍ଷର ନାବାଳକ ବିଚାରପତିଙ୍କ ସାମ୍ନାରେ ଆସି କହିଛନ୍ତି ଯେ ସେ ଜୀବିତ ଅଛନ୍ତି, ଏବଂ ଏହି ହତ୍ୟା ମାମଲା ମିଥ୍ୟା ଅଟେ। ଖବର ମୁତାବକ ନାବାଳକର ପିତା ଅଜା ଏବଂ ମାମୁଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିବା ପରେ ମାମଲା ଆରମ୍ଭ ହୋଇଥିଲା। ଏହି ହତ୍ୟା ମାମଲା ଉତ୍ତରପ୍ରଦେଶର ପିଲିବିଟରେ ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଥିଲା।

ପୋଲିସ ନିକଟରେ ଦାଖଲ ହୋଇଥିବା ଏହି ମାମଲା ମିଥ୍ୟା ଉପରେ ଆଧାରିତ ଏବଂ ସେ ଜୀବିତ ବୋଲି ଅଭୟ ସିଂ ନାମକ ପିଲାଟି ମାମଲା ବନ୍ଦ କରିବା ପାଇଁ ଅନେକ ଦପ୍ତର ଦ୍ୱାରସ୍ତ ହେଲେଣି। ସେ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟର ଏକ ବେଞ୍ଚରେ ହାଜର ହୋଇଥିଲେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ବାଧ୍ୟ କରିଥିଲା।

ଶୁକ୍ରବାର ଦିନ ସେ ସୁପ୍ରିମକୋର୍ଟର ଏକ ଡିଭିଜନ୍ ବେଞ୍ଚ ସମ୍ମୁଖରେ ଠିଆ ହୋଇ କହିଛନ୍ତି ଯେ ମୁଁ ଜୀବିତ ଅଛି। ଏହି ମାମଲାକୁ ଦୃଷ୍ଟିରେ ରଖି କୋର୍ଟ ଉତ୍ତରପ୍ରଦେଶ ସରକାର, ପିଲିବିଟ ଆରକ୍ଷୀ ଅଧ୍ୟକ୍ଷ ଏବଂ ନେଉରିଆ ପୋଲିସ ଷ୍ଟେସନ ଷ୍ଟେସନ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ଅଭୟ କହିଛନ୍ତି, “ମୁଁ ନିରାପଦରେ ଅଛି ଏବଂ ମୋର ଅଜାଙ୍କ ସହ ରହୁଛି। ପୋଲିସ ଆମ ଘରକୁ ଆସୁଛି ଏବଂ ମୋର ଅଜାଙ୍କୁ ଧମକ ଦେଉଛି। ମୁଁ ସେମାନଙ୍କ ସହ ରହିବାକୁ ଚାହେଁ ଏବଂ ତେଣୁ ମାମଲା ବନ୍ଦ ହେଉ ବୋଲି ଚାହୁଁଛି।” ତେବେ ବାଳକର ଓକିଲ କୁଲଦୀପ ଜୌହରୀ କହିଛନ୍ତି ଯେ ତାଙ୍କ ପିତା ତାଙ୍କ ମା’ଙ୍କୁ ମାଡ ମାରିବା ସହ ଅଧିକ ଯୌତୁକ ଦାବି କରୁଥିବା ହେତୁ ୨୦୧୩ ମସିହାରୁ ତାଙ୍କ ମା’ ଆସି ବାପ ଘରେ ରହୁଥିଲେ। ମା’ଙ୍କ ମୃତ୍ୟୁ ପରେ ପୁଅର ଅଜାଙ୍କ ବିରୋଧରେ ମାମଲା ଦାୟର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri