Categories: ଖେଳ

ମୁଁ ବଞ୍ଚିଛି.. ଏମିତି କାହିଁକି କହିଲେ ବିନୋଦ କାମ୍ୱଲି

ନୂଆଦିଲ୍ଲୀ,୨୪/୧୨: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାପରେ ତାଙ୍କୁ ମହାରାଷ୍ଟ୍ରର ଥାନେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର ଯତ୍ନ ନେଉଛନ୍ତି ଏବଂ ସମସ୍ତ ଆବଶ୍ୟକ ପରୀକ୍ଷା କରାଯାଉଛି । ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ସୃଷ୍ଟି ହୋଇଛି ଏବଂ ସେ ସୁସ୍ଥ ଓ ଉନ୍ନତି କରୁଛନ୍ତି। ଏହା ପୂର୍ବରୁ ମଧ୍ୟ କାମ୍ବଲି ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଏବେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେ ଡାକ୍ତରମାନଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କ ପାଇଁ ସେ ଜୀବିତ ଥିବା କହିଛନ୍ତି।

ହସ୍ପିଟାଲରେ ବେଡ୍ ରେ ଶୋଇଥିବା ବେଳେ ବିନୋଦ କାମ୍ବଲି ହସୁଥିବାର ଦେଖିବାକୁ ମିଳିଛି। ଏଠାକାର ଡାକ୍ତରଙ୍କ ଯୋଗୁ ମୁଁ ବଞ୍ଚିଛି। ମୁଁ କେବଳ ଏତିକି କହିବି ଯେ ସାର୍ (ଡାକ୍ତର) ମୋତେ ଯାହା କରିବାକୁ କହିବେ, ମୁଁ ତାହା କରିବି।
ବିନୋଦ କାମ୍ବଲି ୧୯୯୧ରେ ଭାରତୀୟ ଦଳ ପାଇଁ ଦିନିକିଆ ପଦାର୍ପଣ କରିଥିଲେ। ଏହାପରେ ସେ ୨୦ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ସେ ଭାରତୀୟ ଦଳ ପାଇଁ ୧୭ ଟି ଟେଷ୍ଟରେ ମୋଟ ୧୦୮୪ ରନ୍ କରିଛନ୍ତି, ଯେଉଁଥିରେ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି। ଏହାବ୍ୟତୀତ ସେ ୧୦୪ ଦିନିକିଆରେ ୨୪୭୭ ରନ୍ କରିଛନ୍ତି।

Share