Categories: ଜାତୀୟ

ମୁଁ ବି ହସ୍ପିଟାଲ୍‌ ଚଟାଣରେ ଶୋଇଛି…ଜାଣିଛି କ’ଣ ଘଟେ, ବଳାତ୍କାର ମାମଲାର ଶୁଣାଣିବେଳେ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

କୋଲକାତା,୨୨।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତର ପ୍ରଦର୍ଶନ ଥମିବାର ନାଁ ନେଉ ନାହିଁ। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ଠାରୁ ଡାକ୍ତରଖାନାର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ପର୍ଯ୍ୟନ୍ତ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି। ସିବିଆଇ ଆଜି ଏହି ମାମଲାର ସ୍ଥିତି ରିପୋର୍ଟ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛି। ଏହି ରିପୋର୍ଟ ମାଧ୍ୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ କେତେ ଦୂର ପହଞ୍ଚିଛି ତାହା କୋର୍ଟଙ୍କୁ ଜଣାଇ ଦିଆଯାଇଛି।
କୋଲକାତା ବଳାତ୍କାର-ହତ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ମାମଲାର ଶୁଣାଣି ସମୟରେ ବରିଷ୍ଠ ଓକିଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ଡାକ୍ତରମାନେ ୩୬-୩୬ ଘଣ୍ଟା କାମ କରୁଛନ୍ତି। ଯଦି ସେମାନେ କୋର୍ଟରୁ ସୁରକ୍ଷା ନିଶ୍ଚିତ ହୁଅନ୍ତି ତେବେ ଡାକ୍ତରମାନେ ସନ୍ତୁଷ୍ଟ ହେବେ। ସେମାନଙ୍କୁ ନିଜର ମତ ପ୍ରକାଶ କରିବାକୁ ଏକ ସୁଯୋଗ ଦିଆଯିବା ଉଚିତ୍‌। ଏହା ଉପରେ ସିଜେ ଚନ୍ଦ୍ରଚୁଡ କହିଛନ୍ତି, ଯେ ୩୬ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତର କାର୍ଯ୍ୟ କରିବା ଠିକ ନୁହେଁ। ଆମେ ଜାଣୁ ଯେ ଡାକ୍ତରମାନେ ଦିନକୁ ୩୬ ଘଣ୍ଟା କାମ କରୁଛନ୍ତି। ମୁଁ ନିଜେ ଏକ ସରକାରୀ ଡାକ୍ତରଖାନାରେ ଚଟାଣରେ ଶୋଇଛି, ଯେତେବେଳେ ମୋ ପରିବାରର ଜଣେ ସଦସ୍ୟ ଅସୁସ୍ଥ ଥିଲେ। ଡାକ୍ତରଙ୍କ ଉପରେ ବହୁତ ଚାପ ଅଛି ବୋଲି ଦର୍ଶାଇ ଆମେ ଅନେକ ଇମେଲ ପାଇଛୁ। କମିଟି ପ୍ରଥମେ ନିଷ୍ପତ୍ତି ନିଅନ୍ତୁ। ତାକ୍ଷପରେ ସମସ୍ୟା ସମାଧାନ ହେବ।
କୋଲକାତା ବଳାତ୍କାର-ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ପଢିବା ପରେ ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି, ଅଭିଯୁକ୍ତଙ୍କ ଆଘାତର ଚିକିତ୍ସା ରିପୋର୍ଟ କେଉଁଠାରେ ଅଛି? ଏହା ଉପରେ ବଙ୍ଗଳା ସରକାରଙ୍କ କପିଲ ସିବଲ କହିଛନ୍ତି, ଏହି ଅଂଶ କେସ ଡାଏରୀରୁ ଆସିଛି। ଅଭିଯୁକ୍ତଙ୍କ ଡାକ୍ତରୀ ଟେଷ୍ଟ କରାଯାଇଛି କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି।

Share