Advertisement

‘ମୋତେ ଜାଣିଶୁଣି ଟାର୍ଗେଟ କରାଯାଉଛି’

ଓ୍ବାଶିଂଟନ,୧୯ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍‌ଶୀଘ୍ର ଗରିଫ ହେବେ। ଆସନ୍ତା ୨୧ରେ ସେ ଗିରଫ ହେବେ ବୋଲି ଆଶଙ୍କା କରାଯାଉଛି। ଏକଥା ନିଜେ ଟ୍ରମ୍ପ ବି ଘୋଷଣା କରିସାରିଛନ୍ତି।

ତେବେ ଟ୍ରମ୍ପଙ୍କ ଉପରେ ଏହି ମାମଲା ପର୍ନ ଷ୍ଟାର ଡାନିଏଲଙ୍କ ସହ ଜଡ଼ିତ ଅଟେ। ଯାହାଙ୍କ ପ୍ରକୃତ ନାମ ଷ୍ଟିଫେନି କ୍ଲିଫୋର୍ଡ। ସେ କହିଛନ୍ତି, ଏକ ଦଶନ୍ଧି ପୂର୍ବରୁ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କ ଥିଲା। ଏହି ମାମଲାକୁ ସାର୍ବଜନୀନ ନ କରିବାକୁ ଟ୍ରମ୍ପ ତାଙ୍କୁ ଅର୍ଥ ପ୍ରଦାନ କରିଥିଲେ। ଯଦିଓ ଟ୍ରମ୍ପ ଏ ସମ୍ପର୍କକୁ ଅସ୍ବୀକାର କରିଛନ୍ତି। ଡାନିଏଲଙ୍କ ସହ ସମ୍ପର୍କର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଟ୍ରମ୍ପ କହିଛନ୍ତି, ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡେମୋକ୍ରାଟିକ ପାର୍ଟି ସହ ଜଡ଼ିତ ଓକିଲମାନେ ତାଙ୍କୁ ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ହଟାଇବାକୁ ଟାର୍ଗେଟ କରୁଛନ୍ତି। ତେଣୁ ତାଙ୍କ ଉପରେ ଏପରି ଅଭିଯୋଗ ଅଣାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share