ମୋ’ ଉପରକୁ ଗୁଳି ଚଳାଯାଉଛି, ମୃତ୍ୟୁ ପୂର୍ବରୁ ପରିବାର ଲୋକଙ୍କ ନିକଟକୁ ଏମିତି ବାର୍ତ୍ତା ପଠାଇଲେ ମହିଳା ସୈନିକ

ଜେରୁଜେଲମ,୧୨ା୧୦: କ୍ରମାଗତ ୬ ଦିନ ଧରି ହମାସ୍‌ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟ ମଧ୍ୟରେ ଇସ୍ରାଏଲରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ସୈନିକ ମଧ୍ୟ ନିହତ ହୋଇଛନ୍ତି। ସେନ୍ୟବାହିନୀର ୭୭ତମ ବାଟାଲିୟନରେ କାର୍ଯ୍ୟ କରୁଥିବା ୧୯ ବର୍ଷୀୟା ମହିଳା ସୈନିକ ବୋନିଙ୍କୁ ମଧ୍ୟ ହମାସ୍‌ ଆକ୍ରମଣ କରିଥିଲା। ଏହି ସମୟ ମଧ୍ୟରେ ବୋନି ତାଙ୍କ ପରିବାର ଲୋଙ୍କୁ ଏକ ବାର୍ତ୍ତା ପଠାଇଥିଲେ। ଯାହା ଜାଣିଲେ ଲୋମ ଟାଙ୍କୁରି ଉଠିବ।

ବୋନି କୌଣସି ପ୍ରକାରେ ଏକ ଅସ୍ଥାୟୀ ଆଶ୍ରୟ ପାଇଥିଲେ ଏବଂ ସେ ତାଙ୍କ ପରିବାର ନିକଟକୁ ଏକ ବାର୍ତ୍ତା ପଠାଇଥିଲେ। ସେ ଲେଖିଥିଲେ, ମୁଁ ତୁମର ସମସ୍ତଙ୍କର ଯତ୍ନ ନେଉଛି। ସେ ଆହୁରି ମଧ୍ୟ ଲେଖିଥିଲେ ଯେ, ମୋ ମୁଣ୍ଡରେ ଆଘାତ ଲାଗିଛି ଏବଂ ନିକଟସ୍ଥ କୌଣସି ଆତଙ୍କବାଦୀ ମୋ’ ଉପରକୁ ଗୁଳି ଚଳାଇଛନ୍ତି।

ମୁଁ ବର୍ତ୍ତମାନ ଗୋଲାନି ବ୍ରିଗେଡର ଜଣେ ଆହତ ସୈନିକଙ୍କ ସହ ଅଛି ଏବଂ କୌଣସି ଅତିରିକ୍ତ ସହାୟତା ଉପଲବ୍ଧ ନାହିଁ। ସେ ତାଙ୍କ ପରିବାରକୁ ଆଉ ଏକ ଅପଡେଟ୍‌ ପଠାଇଥିଲେ, ଏଠାରେ ଜଣେ ଆତଙ୍କବାଦୀ ଅଛନ୍ତି। ସେ ଲେଖିଥିଲେ, ମୁଁ ଚିତ୍କାର ଶୁଣିପାରୁଛି ଏବଂ ସେଠାରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିବାର ଦେଖାଯାଏ।

ବୋନିଙ୍କ ଖୁଡ଼ୀ ଆଇଲୁକ୍‌ କହିଛନ୍ତି, ଆମେ ଦୃଢ଼ ଭାବରେ ବିଶ୍ୱାସ କରିଥିଲୁ ଯେ, ସେ ଜୀବିତ ଅଛନ୍ତି, କିନ୍ତୁ ଯେତେବେଳେ, ଅଧିସୂଚନା ଅଧିକାରୀ ତାଙ୍କ ମାତାପିତାଙ୍କ ନିକଟକୁ ଆସିଲେ, ଆମେ ଜାଣିଲୁ ସେ କେବଳ ଏକ ସଂଖ୍ୟା ପାଲଟିଗଲେ। ବୋନି ଆଫୁଲା ସହରରେ ଜନ୍ମଗ୍ରହଣ କରିଥିଲେ ଏବଂ ୭ ମାସ ପୂର୍ବରୁ ଇସ୍ରାଏଲ ସେନାରେ ଯୋଗ ଦେଇଥିଲେ

Share