Categories: ଜାତୀୟ

‘ମୁଁ ସିଜେଆଇ କହୁଛି, ମୋତେ ୫୦୦ ଟଙ୍କା ପଠାଅ’: ଆସିଲା ଏମିତି ମେସେଜ, ତା’ପରେ…

ନୂଆଦିଲ୍ଲୀ,୨୮।୮: ସାଇବର ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏହି ସମୟରେ ଦିଲ୍ଲୀରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ସ୍କାମର ନିଜକୁ ଚିଫ୍‌ ଜଷ୍ଟିସ ଅଫ ଇଣ୍ଡିଆ(ସିଜେଆଇ) କହି ୫୦୦ ଟଙ୍କାର ଠକେଇ କରିବାର ଚେଷ୍ଟା କରିଛନ୍ତି। ଏହି ମାମଲା ମଙ୍ଗଳବାର ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନାନୁଯାୟୀ, ଏକ୍ସରେ ଜଣେ ୟୁଜର୍ସ କହିଛନ୍ତି, ତାଙ୍କ ପାକକୁ ଏକ ମେସେଜ୍‌ ଆସିଥିଲା। ସେହି ମେସେଜରେ ଲେଖାଥିଲା, ମୁଁ ସିଜେଆଇ କହୁଛି, ଆମର କଲିଜିୟମର ଏକ ବୈଠକ ଅଛି। ଆଉ ମୁଁ କନ୍ନଟ ପ୍ଲେସ୍‌ରେ ଫସିଯାଇଛି। ଆପଣ ମୋତେ କ୍ୟାବ୍‌ ପାଇଁ ୫୦୦ ଟଙ୍କା ପଠାଇପାରିବେ କି। ମୁଁ ଅଦାଲତରେ ପହଞ୍ଚିବା ପରେ ଟଙ୍କା ଫେରାଇଦେବି। ତେବେ ମେସେଜ ପଠାଯାଇଥିବା ଆଇଡିରେ ସିଜେଆଇଙ୍କ ଫଟୋ ଥିଲା।

ଏହା ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ପକ୍ଷରୁ ସାଇବର ସେଲ୍ରେ ଅଭିଯୋଗ ହୋଇଛି। ଏହି ମାମଲାର ଯାଞ୍ଚ ଚାଲିଥିବା ବେଳେ ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସାଇବର ସେଲ ଅଧିକାରୀ କହିଛନ୍ତି ।

Share