ମୂଳ ଖରସ୍ରୋତା ପୁନରୁଦ୍ଧାର ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ: ବିଧାୟକ

ରସୁଲପୁର,୨୩ା୬(ରଞ୍ଜିତ ରାଉତ): ମୂଳ ଖରସ୍ରୋତାର ପୁନରୁଦ୍ଧାର ଦିଗରେ କୋରେଇ ବିଧାୟକ ଆକାଶ ଦାସନାୟକ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖରସ୍ରୋତା ପୁନରୁଦ୍ଧାର ସମିତି, ମଧୁବନ ହାଟ ଏବଂ ରସୁଲପୁର ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଗୋପାଳପୁର ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଦାସନାୟକ ଏକଥା କହିଛନ୍ତି। ଏଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖରସ୍ରୋତା ପୁନରୁଦ୍ଧାର ସମିତି ସଭାପତି ବେଣୁଧର ଦୋବାଇ, ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଜିତେନ୍ଦ୍ର କରଙ୍କ ସମେତ ଦୁଇ ଅନୁଷ୍ଠାନର ବହୁ ସଭ୍ୟ ଯୋଗ ଦେଇଥିଲେ। ଶିକ୍ଷାବିତ୍‌ କୈଳାସ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଟିକରପଡ଼ା ଖଣ୍ଡିତର ପର୍ଯ୍ୟନ୍ତ ବ୍ୟାପ୍ତ ମୂଳ ଖରସ୍ରୋତାର ୧୨ କିଲୋମିଟର ଦୀର୍ଘ ଶୁଷ୍କ ନଦୀଶଯ୍ୟାର ପୁନରୁଦ୍ଧାର ପାଇଁ ଦୁଇ ଦଶନ୍ଧି ଧରି ଜନ ଆନ୍ଦୋଳନ ଚାଲିଆସୁଛି। ବହୁ ସମୟରେ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଏବଂ ସରକାରୀ ଅଧିକାରୀ ନଦୀ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ବାସ୍ତବରେ ସେ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ, ଯାହା କି ଜନ ଅସନ୍ତୋଷକୁ ତୀବ୍ର କରିଛି। ଚଳିତ ନିର୍ବାଚନ ପୂର୍ବରୁ ନଦୀ ପୁନରୁଦ୍ଧାର ପ୍ରତିଶ୍ରୁତି ନାହିଁ ତ ଭୋଟ ନାହିଁ ଡାକରା ଦିଆଯିବା ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଏହି ପ୍ରସଙ୍ଗ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥିଲେ।
ଦାସନାୟକ ୨୦୧୪ରୁ୧୯ ପର୍ଯ୍ୟନ୍ତ ବିଧାୟକ ଥିବାବେଳେ ଏ ଦିଗରେ କିପରି ଆନ୍ତରିକ ଉଦ୍ୟମ କରିଥିଲେ ତାହା ମନେପକାଇ ଦେଇଥିଲେ। ମୂଳ ଖରସ୍ରୋତା ସହ ତାଙ୍କର ପିଲାବେଳର ସ୍ମୃତି ଉଜ୍ଜିବୀତ କରିବା ସହ ବହୁବାର ବିଧାନସଭାରେ ପ୍ରସଙ୍ଗ ଉଠାଇଥିବା କହିଥିଲେ। ଯେତେବେଳେ ପୁଣି ସୁଯୋଗ ଆସିଛିି ଜନପ୍ରତିନିଧି ଭାବରେ ଏହି ମୌଳିକ ସମସ୍ୟାର ସମାଧାନ ଦିଗରେ ସେ ସମସ୍ତ ଉଦ୍ୟମ କରିବେ। ଧର୍ମଶାଳା ବିଧାୟକ ସୁଧାଂଶୁ ଶେଖର ସାହୁଙ୍କ ସହ ମଧ୍ୟ ସେ ଆଲୋଚନା କରିଥିବା କହିଥିଲେ।
ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି କର ନଦୀ ସହ ତାଙ୍କ ଚାକିରି ଜୀବନର ଦୀର୍ଘ ୪୦ ବର୍ଷର ସ୍ମୃତି ମନେପକାଇ ବିଧାୟକଙ୍କ ପାଖରେ ନଦୀକୁ ସୁନାବ୍ୟା କରିବାକୁ ଅନୁରୋଧ କରିଥିଲେ। ଏହି ଆନ୍ଦୋଳନର ସକ୍ରିୟ ସହଯୋଗୀ ଇଂ. ବିଶ୍ୱଜିତ ମହାନ୍ତି ନଦୀ ପୁନରୁଦ୍ଧାର ଦିଗରେ ଥିବା ପ୍ରତିବନ୍ଧକ ହଟାଇବା ପାଇଁ ବିଧାୟକଙ୍କ ପାଖରେ ନିବେଦନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ ଶଶିଭୂଷଣ ସାହୁ, କୀର୍ତ୍ତନ ବିହାରୀ ସାହୁ, ଆଦିକନ୍ଦ ସାହୁ, ଆଦିକନ୍ଦ ମଲ୍ଲିକ, ରାମଚନ୍ଦ୍ର ରାଉତ, ସୁଧାଂଶୁ ମିଶ୍ର, ରଘୁନାଥ ପତି, ବିନୋଦ ବିହାରୀ ବେହେରା ଓ ନଗେନ୍ଦ୍ର ପତି ପ୍ରମୁଖ ସଭ୍ୟ ସହଯୋଗ କରିଥିଲେ। ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭ୍ୟ ପ୍ରଦୀପ ସାମଲ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତିରେଖା

ଧର୍ମଶାଳା/କାଏମା,୧୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତ): ଯାଜପୁର ଜିଲା ଧର୍ମଶାଳାର ଭାଜପା ନେତ୍ରୀ ସ୍ମୃତିରେଖା ପହି ରୂପେଶ ଭଦ୍ରଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ବ୍ଲାକମେଲ କରିଥିବା...

ଏମ୍‌ଆଇପି ପୋତିଦେବାକୁ ଷଡ଼ଯନ୍ତ୍ର

ଯାଜପୁର,୧୪ା୯(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାର କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେଜଣ...

ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…

କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri